Categories: ଜାତୀୟ

ଆଇଏସ୍‌ଆଇ ଏଜେଣ୍ଟ ଗିରଫ

ନୂଆଦିଲ୍ଲୀ, ୧।୯(ପି.ଟି.): ପାକିସ୍ତାନୀ ଗୋଇନ୍ଦା ସଂସ୍ଥା (ଆଇଏସ୍‌ଆଇ) ପାଇଁ କାର୍ଯ୍ୟ କରୁଥବା ଗୁଜରାଟ ମୁନ୍ଦ୍ରା ଡକ୍‌ୟାର୍ଡର ସୁପରଭାଇଜର ରଜକଭାଇ କୁମ୍ଭାରଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ରବିବାର ଗିରଫ କରିଛି। ଗୁଜରାଟ ପଶ୍ଚିମ କଚ୍ଛ ବାସିନ୍ଦା ରଜକଭାଇ ଉତ୍ତରପ୍ରଦେଶ ପ୍ରତିରକ୍ଷା/ଆଇଏସ୍‌ଆଇ ମାମଲା ସହ ସମ୍ପୃକ୍ତ ବୋଲି ଏନ୍‌ଆଇଏର ଜଣେ ଅଧିକାରୀ କହିଛନ୍ତି। ଚାଣ୍ଡୋଲି ଜିଲା ମୋଗଲସରାଇରୁ ମହମ୍ମଦ ରଶିଦ୍‌ ଗିରଫ ହେବା ପରେ ଜାନୁୟାରୀ ୧୯ରେ ଲକ୍ଷ୍ନୌର ଗୋମତିନଗର ଥାନାରେ ଏତଲା ଦାଏର ହୋଇଥିଲା।

Share