ଆଇଏସଆଇର ଷଡ଼ଯନ୍ତ୍ର : ଖଲିସ୍ତାନୀ ସମର୍ଥକଙ୍କୁ କରୁଛି ଏକଜୁଟ…

ଇସଲାମାବାଦ,୧।୧୧: ପାକିସ୍ତାନର ଗୁପ୍ତଚର୍‌ ଏଜେନ୍ସି ଆଇଏସଆଇ ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଛି। ପୃଥିବୀବ୍ୟାପି ସମସ୍ତ ଖଲିସ୍ତାନୀ ସମର୍ଥକଙ୍କୁ ଆଇଏସଆଇ ଏବେ ଏକଜୁଟ କରୁଛି। ଭାରତର ବିଭିନ୍ନ ସ୍ଥାନରେ ଖଲିସ୍ତାନୀଙ୍କ ଆକ୍ରମଣ ପାଇଁ ଆଇଏସଆଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ମିଡ଼ିଆ ରିପୋର୍ଟ ଅନୁସାରେ ଆଇଏସଆଇ ଖଲିସ୍ତାନୀ ଆତଙ୍କବାଦୀଙ୍କ ସହିତ ଲାହୋରରେ କେତେକ ଗୁପ୍ତ ବୈଠକ ଆୟୋଜନ କରି ସାରିଛି।

ବୈଠକରେ ପଞ୍ଜାବର ବିଭିନ୍ନ ଅଞ୍ଚଳରେ ଅଶାନ୍ତି ସୃଷ୍ଟି ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି। ଖଲିସ୍ତାନୀଙ୍କୁ ଏକଜୁଟ କରିବା ସହିତ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଲାଗି ଆଇଏସଆଇ ପକ୍ଷରୁ ଏକ ଖଲିସ୍ତାନ ଘୋଷଣାପତ୍ର ପ୍ରକାଶ ପାଇଛି। ଏନେଇ ନକଲି ଟୁଇଟର ଆକାଉଣ୍ଟ ଖୋଲା ଯାଇଛି।

Share