Categories: ଜାତୀୟ

ଲାଲ କିଲ୍ଲାରେ ଆକ୍ରମଣ ଷଡ଼ଯନ୍ତ୍ର କରିଥିଲା ଆଇଏସଆଇ…

ନୂଆଦିଲ୍ଲୀ,୧୧।୫ : ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇର ବଡ ଷଡଯନ୍ତ୍ର ସମ୍ପର୍କରେ ଦିଲ୍ଲୀ ପୋଲିସ ପ୍ରକାଶ କରିଛି। ୨୦୨୩ ବର୍ଷ ଆରମ୍ଭରେ, ଦିଲ୍ଲୀ ପୋଲିସ ଆତଙ୍କବାଦୀ ନୌଶାଦ ଏବଂ ଜଗଜିତ ସିଂଙ୍କୁ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରୁ ଗିରଫ କରିଥିଲା। ସୂଚନାନୁସାରେ, ଦିଲ୍ଲୀର ଲାଲ କିଲ୍ଲାରେ ନିୟୋଜିତ ସୁରକ୍ଷା କର୍ମୀଙ୍କ ଉପରେ ଆତଙ୍କବାଦୀ ନୌଶାଦ ଏବଂ ଜଗଜିତଙ୍କୁ ଗୁଳି ଚଳାଇବା ଦାୟିତ୍ୱ ମିଳିଥିଲା। ଏହି ମାମଲାରେ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ ମେ ୧୦ରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଏକ ଚାର୍ଜଶିଟ ଦାଖଲ କରିଛି।

ଏହା ସହିତ ପଞ୍ଜାବରେ ବଜରଙ୍ଗ ଦଳର ନେତା ତଥା ହରିଦ୍ୱାରର ସାଧୁଙ୍କୁ ହତ୍ୟା କରିବା ପାଇଁ ଯୋଜନା ମଧ୍ୟ କରାଯାଇଥିଲା। ପଞ୍ଜାବରେ ବଜରଙ୍ଗ ଦଳ ନେତାଙ୍କ ହତ୍ୟା ପାଇଁ ଦୁଇ ଲକ୍ଷ ଟଙ୍କା ମଧ୍ୟ ପଠାଯାଇଥିଲା।

ଅନୁସନ୍ଧାନରେ ଏହା ମଧ୍ୟ ଜଣାପଡିଛି ନୌଶାଦ ଏବଂ ଜଗଜିତ ସେମାନଙ୍କ ହ୍ୟାଣ୍ଡେଲରଙ୍କ ବିଶ୍ୱାସ ଜିତିବା ପାଇଁ ଏକ ହତ୍ୟା ମଧ୍ୟ କରିଛନ୍ତି। ଦୁହେଁ ଦିଲ୍ଲୀର ଜଣେ ହିନ୍ଦୁ ବାଳକ ରାଜକୁ ଅପହରଣ କରି ଦିଲ୍ଲୀର ଭାଲ୍ସୱା ଡେରିକୁ ନେଇଥିଲେ। ଦୁହେଁ ତାଙ୍କ ଗଳା କାଟି ଏହାର ଭିଡିଓ ହ୍ୟାଣ୍ଡେଲର୍ଙ୍କ ନିକଟକୁ ପଠାଇଥିଲେ, ଯାହା ପରେ ହ୍ୟାଣ୍ଡେଲର୍‌ ଉଭୟଙ୍କ ଉପରେ ବିଶ୍ୱାସ ବଢ଼ିଥିଲା। ଭଗବାନ ଶିବଙ୍କ ଟାଟୁ ରାଜାଙ୍କ ହାତରେ ଥିଲା।

Share