Categories: ଜାତୀୟ

ଆଇଏସ୍‌ଆଇ ଗୁପ୍ତଚର ଗିରଫ: ଯୋଗାଉଥିଲେ ଗୁପ୍ତ ତଥ୍ୟ

ବାଡମେର, ୨୪।୧୦: ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପାଇଁ ଗୁପ୍ତଚରୀ କରୁଥିବା ଜଣେ ୩୫ ବର୍ଷ ବୟସ୍କ ଯୁବକଙ୍କୁ ରାଜସ୍ଥାନ ବାଡମେରରୁ ଏଟିଏସ୍‌ ଏବଂ ସିଆଇଡିବିଆଇ ଟିମ ପକ୍ଷରୁ ଗିରଫ କରାଯାଇଛି। ତାଙ୍କ ନାମ ଶୋହନ ଲାଲ୍‌ ବୋଲି ଏଟିଏସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ସେ ଦୀର୍ଘଦିନ ଧରି ଆଇଏସ୍‌ଆଇକୁ ଗୁପ୍ତ ସୂଚନା ଯୋଗାଇ ଦେଉଥିବା କୁହାଯାଉଛି। ରୋଶନଙ୍କ କେତେକ ସମ୍ପର୍କୀୟ ପାକିସ୍ତାନରେ ବାସ କରନ୍ତି। ସେମାନଙ୍କୁ ସାକ୍ଷାତ୍‌ କରିବା ଲାଗି ରୋଶନ ପାକିସ୍ତାନ ଯାଇଥିବା ସମୟରେ ତାଙ୍କୁ ଆଇଏସ୍‌ଆଇ ନିଜ ଜାଲରେ ଫଶାଇ ଗୁପ୍ତଚରୀ କରିବାକୁ କହିଥିବା ରୋଶନ କହିଛନ୍ତି। ଏହାପରେ ଭୟରେ ରୋଶନ ଭାରତ ସମ୍ପର୍କରେ ବହୁ ଗୋପନୀୟ ତଥ୍ୟ ଯୋଗାଇ ଦେଇଥିବା ସ୍ବୀକାର କରିଛନ୍ତି।

Share