Categories: ଜାତୀୟ

ଏବେ ଆଇଏସ ହିଁ ଦାଉଦ-ହାଫିଜଙ୍କୁ ମାରିବ, ପ୍ରସ୍ତୁତ ହେଲାଣି ‘ମୃତ୍ୟୁର ଯୋଜନା’

ନୂଆଦିଲ୍ଲୀ,୨।୬: ଭାରତର ଦୁଇ ବଡ଼ ଶତ୍ରୁ ତଥା ମୋଟେ ଓ୍ବାଣ୍ଟେଡ ଲିଷ୍ଟରେ ସାମିଲ ଥିବା ହାଫିଜ ସଇଦ ଏବଂ ଦାଉଦ ଇବ୍ରାହିମଙ୍କୁ ପାକିସ୍ତାନ ଏବେ ପର୍ଯ୍ୟନ୍ତ ଆଶ୍ରୟ ଦେଇଛି। କିନ୍ତୁ ବର୍ତ୍ତମାନ ବୋଧହୁଏ ପାକିସ୍ତାନରେ ଉଭୟଙ୍କ ପାଇଁ ବିପଦ ରହିଛି। ସେମାନେ ବୋଧହୁଏ ଭୟ କରୁଛନ୍ତି ଯେ ପାକିସ୍ତାନ ସରକାର ସେମାନଙ୍କୁ ନିଜ ସ୍ବାର୍ଥ ପାଇଁ ହତ୍ୟା କରିପାରନ୍ତି।
ହିନ୍ଦୀ ନ୍ୟୁଜ ୱେବସାଇଟ ଆଜତକର ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ଏବେ ଯେଉଁ ଆତଙ୍କବାଦୀମାନେ କାମ କରୁ ନାହାଁନ୍ତି ସେହି ଆତଙ୍କବାଦୀଙ୍କୁ ବର୍ତ୍ତମାନ ହତ୍ୟା କରାଯାଉଛି। ରିପୋର୍ଟ ଅନୁଯାୟୀ, ଗତ ୩ମାସ ମଧ୍ୟରେ ଏହିପରି ୪ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି କିମ୍ବା ସେମାନଙ୍କୁ ହତ୍ୟା କରାଯାଇଛି, ଯେଉଁମାନେ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଅଟନ୍ତି। ଏହି ଆତଙ୍କବାଦୀଙ୍କ ମଧ୍ୟରେ ହିଜବୁଲ ଆତଙ୍କବାଦୀ ଏବଂ ଖାଲିସ୍ତାନୀ ଆତଙ୍କବାଦୀ ଅଛନ୍ତି।

Share