ସ୍କୁଲରେ ଶିକ୍ଷକଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଆଇଏସ ସଦସ୍ୟ

ପ୍ୟାରିସ,୧୮।୧୦: ଗତ ସପ୍ତାହରେ ଉତ୍ତର ଫ୍ରାନ୍ସରେ ଜଣେ ସ୍କୁଲ ଶିକ୍ଷକଙ୍କ ହତ୍ୟା ଘଟଣାର କିଛି ତଥ୍ୟ ସାମ୍ନାକୁ ଆସିଛି। ଏହି ତଥ୍ୟ ଦେଇଥିବା ଅଭିଯୋଜକ ବା ଓକିଲ କହିଛନ୍ତି ଯେ ଅଭିଯୁକ୍ତ ଯୁବକଙ୍କ ମୋବାଇଲ ଫୋନରୁ ଏକ ଅଡିଓ କ୍ଲିପ ମିଳିଛି। ଯେଉଁଥିରେ ସେ ଆଇଏସ ପ୍ରତି ବିଶ୍ୱସ୍ତତା ଘୋଷଣା କରିଛନ୍ତି। ସେ ଫ୍ରାନ୍ସକୁ ଘୃଣା କରନ୍ତି, ଫରାସୀ, ଫରାସୀ ଗଣତନ୍ତ୍ର ଏବଂ ଫରାସୀ ଶିକ୍ଷା ଏବଂ ଅଡିଓରେ ତାଙ୍କର ଘୃଣା ସ୍ପଷ୍ଟ ଭାବରେ ଶୁଣିବାକୁ ମିଳିଛି।

ସୂଚନାଯୋଗ୍ୟ ଶୁକ୍ରବାର ଫ୍ରାନ୍ସର ଏକ ବିଦ୍ୟାଳୟରେ ଜଣେ ୨୦ବର୍ଷ ବୟସ୍କ ଯୁବକ ଫରାସୀ ଶିକ୍ଷକ ଡୋମିନିକ ବର୍ନାର୍ଡଙ୍କୁ ଛୁରୀରେ ହତ୍ୟା କରିଥିଲେ। ଏହି ଆକ୍ରମଣରେ ତିନି ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣରେ ଅଭିଯୁକ୍ତ ଯୁବକ ଆଲ୍ଲା ହୁ ଆକବରଙ୍କ ସ୍ଲୋଗାନ ଦେଉଥିଲେ। ଯାହା ପରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏହାକୁ ଇସଲାମ ଆତଙ୍କବାଦ ଆକ୍ରମଣ ବୋଲି କହିଛନ୍ତି।
ଫ୍ରାନ୍ସରେ ଜଣେ ସ୍କୁଲ ଶିକ୍ଷକଙ୍କ ହତ୍ୟା ପରେ ଦେଶର ସମସ୍ତ ବିଦ୍ୟାଳୟରେ ସଜାଗତା ବୃଦ୍ଧି କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ଆକ୍ରମଣ ପରେ ସ୍କୁଲ ଏବଂ ଏହାର ଆଖପାଖ ଅଞ୍ଚଳରେ ଶହ ଶହ ସଶସ୍ତ୍ର ପୋଲିସ କର୍ମଚାରୀ ନିୟୋଜିତ ହୋଇଥିଲେ।

Share