ଆଇଏସ୍‌ଆଇଏସ୍‌ ମୁଖ୍ୟଙ୍କୁ ନିପାତ କଲା ଆମେରିକା

ଓ୍ବାଶିଂଟନ,୩।୨: ଇସ୍ଲାମିକ ଷ୍ଟେଟ୍‌ ଆତଙ୍କବାଦୀ ଗୋଷ୍ଠୀର ମୁଖ୍ୟଆବୁ ଇବ୍ରାହିମ ଅଲ ହାଶିମି ଅଲ କୁରାଶଙ୍କୁ ଯୁଦ୍ଧ କ୍ଷେତ୍ରରୁ ହଟାଇ ଦେଇଛି ଆମେରିକୀୟ ସେନା। ଏ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ଘୋଷଣା କରିଛନ୍ତି।

“ଗତ ରାତିରେ ମୋ ନିର୍ଦ୍ଦେଶରେ ଆମେରିକୀୟ ସେନା ସିରିଆର ଉତ୍ତରାଞ୍ଚଳରେ ଆମେରିକୀୟ ନାଗରିକଙ୍କୁ ସୁରକ୍ଷା ପାଇଁ ଆତଙ୍କବାଦୀ ବିରୋଧୀ ଅପରେଶନ କରିଥିଲା। ଆମ ସଶସ୍ତ୍ର ବାହିନୀର ଦକ୍ଷତା ଓ ଶାହସିକତା ଯୋଗୁ ଆମେ ଆଇଏସ୍‌ଆଇଏସ୍‌ ମୁଖ୍ୟ ଆବୁ ଇବ୍ରାହିମ ଅଲ ହାଶିମି ଅଲ କୁରାଶିଙ୍କୁ ଯୁଦ୍ଧକ୍ଷେତ୍ରରେ ନିପାତ କରିଛୁ” ବୋଲି ବାଇଡେନ କହିଛନ୍ତି।

ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି, ରାତିରେ ଆମେରିକୀୟ ସେନାର ଚଢ଼ାଉ ବେଳେ କୁରାଶି ନିଜକୁ ବୋମାରେ ଉଡାଇ ଦେଇଥିଲେ। କୁରେଶଙ୍କ ସହ ତାଙ୍କ ପରିବାରର କିଛି ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଉଲ୍ଲେଖଯୋଗ୍ୟ, ୨୦୧୯ରେ ଆମେରିକା ପକ୍ଷରୁ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ଆଇଏସ୍‌ଆଇଏସ୍‌ ପୂର୍ବତନ ମୁଖ୍ୟ ଆବୁ ବାକର ଅଲ ବାଗଦାଦି ନିପାତ ହୋଇଥିଲେ।

Share