Categories: ଜାତୀୟ

ଏଲ୍‌ଓସିରେ ଅନୁପ୍ରବେଶ ପାଇଁ ଆଇଏସ୍‌ଆଇର ଷଡ଼ଯନ୍ତ୍ର…

ଶ୍ରୀନଗର,୩୦।୧୧: ଜମ୍ମୁ-କଶ୍ମୀରରେ ଭାରତ ପାକିସ୍ତାନ ମଧ୍ୟରେ ଥିବା ଏଲ୍‌ଓସି ଦେଇ ଅନୁପ୍ରବେଶ ପାଇଁ ଷଡ଼ଯନ୍ତ୍ର ହୋଇଛି। ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇ ପକ୍ଷରୁ ଏନେଇ ଯୋଜନା କରାଯାଇଛି। ଆଇଏସ୍‌ଆଇ ପକ୍ଷରୁ ଏହାର କାର୍ଯ୍ୟାଳୟଗୁଡ଼ିକୁ ଲଞ୍ଚପ୍ୟାଡ୍‌ ଭାବେ ବ୍ୟବହାର କରାଯାଉଛି।

ଜମ୍ମୁର ରାଜୌରୀ ସେକ୍ଟର ନିକଟରେ ଥିବା ପାକିସ୍ତାନ ଅଧିକୃତ କାଶ୍ମୀରର ଭିମ୍ବର ଅଞ୍ଚଳରେ ଥିବା ସମାନି ଗାଁରେ ଏହି ଲଞ୍ଚ୍‌ପ୍ୟାଡ୍‌ ରହିଛି। ଭାରତ ଏବଂ ପାକିସ୍ତାନକୁ ବିଭକ୍ତ କରୁଥିବା ଉଚ୍ଚ ପର୍ବତ ଏବଂ ଜଙ୍ଗଲ ମଧ୍ୟରେ ଅବସ୍ଥିତ ଗାଁରେ ମୁନାୱାର୍‌ ତାୱି ପ୍ରବାହିତ ହେଉଛି।

ଏହ ଗାଁରେ, ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସ୍‌ଆଇର କେନ୍ଦ୍ର ଅଛି। ଆଇଏସଆଇ ଏହି କେନ୍ଦ୍ରକୁ ଅଲ ବଦର ଆତଙ୍କବାଦୀଙ୍କୁ ତାଲିମ ଦେବା ସହିତ ଲଞ୍ଚପ୍ୟାଡ ଭାବେ ବ୍ୟବହାର କରାଯାଉଛି। ଭିମ୍ବର ଅଞ୍ଚଳରେ ପାକିସ୍ତାନର ତିନୋଟି ବଡ଼ ଲଞ୍ଚପ୍ୟାଡ ଅଛି। ଏସବୁକୁ ଅଲ ବଦର ସହିତ ହିଜବୁଲ ମୁଜାହିଦ୍ଦିନ ଏବଂ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ବ୍ୟବହୃତ କାରାଯାଉଛି।

ଆତଙ୍କବାଦୀଙ୍କ ପାଇଁ ଭିମ୍ବର ଅଞ୍ଚଳରୁ ଅନୁପ୍ରବେଶ କରିବା ସହଜ କାରଣ ଏଠାରେ ଜଙ୍ଗଲ ସହିତ ମୁନାୱାର୍‌ ତାୱି ପ୍ରବାହିତ ହେଉଥିବାରୁ ଏହି ଅଞ୍ଚଳ ଦେଇ ଭାରତରେ ଅନୁପ୍ରବେଶ କରିବା ସହଜ। ଜମ୍ମୁ-କଶ୍ମୀରରେ ଶୀତଦିନେ ତୁଷାରପାତ ହେବା ପୂର୍ବରୁ ପାକିସ୍ତାନ ବହୁ ସଂଖ୍ୟକ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛି।

କାରଣ ତୁଷାରପାତ ପରେ ଆତଙ୍କବାଦୀଙ୍କ ଦ୍ୱାରା ଅନୁପ୍ରବେଶ ପାଇଁ ବ୍ୟବହୃତ ହେଉଥିବା ରାସ୍ତା ବନ୍ଦ ହୋଇ ଯାଇଥାଏ। ସେଥିପାଇଁ ଏହି ସମୟରେ ପାକିସ୍ତାନ ସୀମାରୁ ଏକ ବଡ ଅନୁପ୍ରବେଶ କରିବାକୁ ଷଡ଼ଯନ୍ତ୍ର ରଚିଛି।

Share