Categories: ଜାତୀୟ

ସୋସିଆଲ ମିଡିଆରେ ଯୁବକଙ୍କ ବ୍ରେନ୍ ୱାଶ କରୁଛି ଆଇଏସ୍‌, ଚେତାବନୀ ଦେଲା ଏନ୍‌ଆଇଏ

ନୂଆଦିଲ୍ଲୀ,୧୮ ।୯: ଆଫଗାନିସ୍ତାନରେ ତାଲିବାନ ଶାସନ କରିବା ପରେ ଏବେ ଏହାର କିଛି ପାଶ୍ୱର୍ ପ୍ରତିକ୍ରିୟା ଭାରତ ଉପରେ ପଡିବାକୁ ଯାଉଥିବା କୁହାଗଲାଣି । ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ବି ତାଲିବାନକୁ ଦେଖି ପୁଣିଥରେ ସକ୍ରିୟ ହେବା ମୁଡରେ ରହିଲେଣି । ଏବେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନ୍‌ଆଇଏ) ଏହାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଇନପୁଟ ଦେଇଛି । ଯାହା ଆସନ୍ନ ସଙ୍କଟର ଭୟାବହତାକୁ ଆହୁରି ବଢାଇ ଦେଇଛି । ଏନ୍‌ଆଇଏ କହିଛି ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ(ଆଇଏସ୍‌) ଏବେ ଚେଷ୍ଟା କରୁଛି ଫେସବୁକ, ଟୁଇଟର ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ଯୁବକଙ୍କ ବ୍ରେନ୍ ୱାଶ କରିବାକୁ । ଫଳରେ ଏମାନଙ୍କୁ ସହଜରେ ଆତଙ୍କବାଦୀ ସଙ୍ଗଠନରେ ସାମିଲ କରାଯାଇ ପାରିବ । ଏଥିରୁ ଦୂରେଇ ରହିବା ପାଇଁ ଏନ୍‌ଆଇଏ ଚେତାବନୀ ଦେଇଛି । ଏହାସହ ଏକ ନମ୍ବର ଜାରି କରି ଏନ୍‌ଆଇଏ କହିଛି ଏଭଳି କୌଣସି ସୂଚନା ମିଳିଲେ ଏ ସମ୍ପର୍କରେ ତୁରନ୍ତ ଏନ୍‌ଆଇଏ ସହ ସମ୍ପର୍କ କରିବା ଭଲ ।

Share