ଗୌତମ ଗମ୍ଭୀରଙ୍କୁ ଆଇଏସ୍ କଶ୍ମୀର ପକ୍ଷରୁ ମିଳିଲା ଧମକ, କହିଲେ ବଞ୍ଚାଇ ପାରିବେନି ଆଇପିଏସ୍ ଶ୍ୱେତା

ନୂଆଦିଲ୍ଲୀ, ପୂର୍ବତନ କ୍ରିକେଟର ତଥା ଭାରତୀୟ ଜତନା ପାର୍ଟି ଏମ୍‌ପି ଗୌତମ ଗମ୍ଭୀରଙ୍କୁ ଆଇଏସ୍ କଶ୍ମୀର ପକ୍ଷରୁ ପୁଣିଥରେ ଜୀବନରୁ ମାରିଦେବାକୁ ଧମ ଦିଆଯାଇଛି । ଶନିବାର-ରବିବାର ରାତିରେ ଇମେଲ ଜରିଆରେ ଏହି ଧମକ ଦିଆଯାଇଛି ।ଏଥର ମେଲରେ ଦିଲ୍ଲୀ ପୋଲିସ ବିଶେଷ କରି ଆଇପିଏସ୍ ଶ୍ୱେତା ଚୌହାନଙ୍କ କଥା ଉଠାଯାଇଛି । ଏହି ଇମେଲରେ ଗମ୍ଭୀରଙ୍କ ପରିବାରକୁ ମାରି ଦେବାକୁ ଧମକ ଦିଆଯାଇଛି । ମେଲ ଆଇଏସ୍ କଶ୍ମୀର ଆଇଡିରୁ ଆସିଛି । ମେଲରେ ଲେଖାଯାଇଛି, ଦିଲ୍ଲୀ ପୋଲିସ ଓ ଆଇପିଏସ୍ ଶ୍ୱେତା ଚୌହାନ(ଡିସିପି ସେଣ୍ଟ୍ରାଲଡିଷ୍ଟ୍ରିକ୍ଟ) କିଛି କରିପାରିବେ ନାହିଁ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନଯାୟୀ, ମେଲ ଗମ୍ଭିରଙ୍କୁ ସଗ୍ଦସଗ୍ଦଳବଗ୍ଦଜ୍ଞସକ୍ସଅଚ୍ଚବଷକ୍ଟକ୍ଟ.ମକ୍ଟଜ୍ଞରୁ ରାତି ପ୍ରାୟ ୧ଟା ୩୭ରେ ଆସିଛି । ମେଲରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି କି ଦିଲ୍ଲୀ ପୋଲିସଙ୍କ ମଧ୍ୟରେ ଆମର ଗୁଇନ୍ଦା ରହିଛନ୍ତି ଯେଉଁମାନେ ତୁମ ସମ୍ପର୍କରେ ସମସ୍ତ ତଥ୍ୟ ଆମକୁ ଦେଉଛନ୍ତି ।

 

Share