Posted inଜାତୀୟ

ଇସ୍କନ କଂସେଇଖାନାକୁ ବିକ୍ରି କରୁଛି ଗାଈ: ମେନକାଙ୍କ ଅଭିଯୋଗ…

ନୂଆଦିଲ୍ଲୀ,୨୭।୯: ଭାଜପା ଏମପି ମେନକା ଗାନ୍ଧୀ ଇଣ୍ଟରନ୍ୟାଶନାଲ କୃଷ୍ଣ ଚେତନା ସୋସାଇଟି (ଇସ୍କନ) ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ଇସ୍କନକୁ ଦେଶର ସବୁଠୁ ବଡ ଠକ ସଂଗଠନ ବୋଲି ବର୍ଣ୍ଣନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଇସ୍କନ ଗୋଆଶ୍ରୟସ୍ଥଳରୁ ଗାଈଙ୍କୁ କଂସେଇଖାନାକୁ ବିକ୍ରି କରୁଛି। ତେବେ ଏହି ଅଭିଯୋଗ ଉପରେ ଇସ୍କନ ମଧ୍ୟ ପ୍ରତିକ୍ରିୟା ଦେଇଛି। ଇସ୍କନ ଏହି ଅଭିଯୋଗକୁ ଭିତ୍ତିହୀନ ଏବଂ ମିଥ୍ୟା ବୋଲି କହିଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ପ୍ରାଣୀ ଅଧିକାର କର୍ମୀ ମେନକା ଗାନ୍ଧୀ ସୋସିଆଲ ମିଡିଆରେ ପ୍ରାଣୀ କଲ୍ୟାଣ ପ୍ରସଙ୍ଗରେ ସ୍ବର ଉତ୍ତୋଳନ କରୁଛନ୍ତି।

ଭିଡିଓରେ, ସେ କହିଛନ୍ତି ଇସ୍କନ ବର୍ତ୍ତମାନ ଭାରତର ସବୁଠାରୁ ବଡ ଠକ ସଂସ୍ଥା ଅଟେ। ସେମାନେ ଗୋଆଶ୍ରୟସ୍ଥଳ ପ୍ରତିଷ୍ଠା କରନ୍ତି, ଏହାକୁ ଚଳାଇବା ପାଇଁ ସେମାନେ ସରକାରଙ୍କଠାରୁ ଅଗଣିତ ଲାଭ ପାଆନ୍ତି। ସେମାନେ ବଡ଼ ଜମି ପାଇଥାନ୍ତି। ସେ ଆନ୍ଧ୍ରପ୍ରଦେଶରେ ଇସ୍କନର ଏକ ଗୋଶାଳାକୁ ତାଙ୍କର ଗସ୍ତ ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି ନିକଟରେ ମୁଁ ଅନନ୍ତପୁର ଗୋଶାଳା ପରିଦର୍ଶନ କରଥିଲି। ସେଠାରେ ଗୋଟିଏ ବି ବୟସ୍କ ଗାଈ ଦେଖିବାକୁ ମିଳି ନ ଥିଲା। ଗୋଶାଳାର ସମସ୍ତ ଗାଈ ଦୁଗ୍ଧ ଦେଉଥିଲେ। ସେଠାରେ ଗୋଟିଏ ବି ବାଛୁରୀ ନ ଥିଲା। ଏହାର ଅର୍ଥ ସମସ୍ତଙ୍କୁ ବିକ୍ରି କରାଯାଇଛି।

ଇସ୍କନ ଏହାର ସମସ୍ତ ଗାଈମାନଙ୍କୁ କଂସେଇଖାନାକୁ ବିକ୍ରି କରୁଛି। ସେମାନେ ଏଭଳି ଯେପରି କରୁଛନ୍ତି ତାହା ଅନ୍ୟ କେହି କରନ୍ତି ନାହିଁ। ସେମାନେ ରାସ୍ତାରେ ହରେ ରାମ ହରେ କୃଷ୍ଣ ଗାନ କରନ୍ତି । ତା’ପରେ ସେମାନେ କୁହନ୍ତି ସେମାନଙ୍କର ସମ୍ପୂର୍ଣ୍ଣ ଜୀବନ କ୍ଷୀର ଉପରେ ନିର୍ଭର କରେ। ଇସକନ ବହୁ ସଂଖ୍ୟକ ମଇଁଷି କଂସେଇ ଖାନାକୁ ବିକ୍ରି କରିଛି। ଯଦି ଏହି ଲୋକମାନେ ଏହା କରିପାରିବେ ତେବେ ଅନ୍ୟମାନଙ୍କଠାରୁ କ’ଣ ଆଶା କରାଯାଇ ପାରିବ।

ଇସ୍କନ ଏହି ଅଭିଯୋଗକୁ ଭିତ୍ତିହୀନ ଏବଂ ମିଥ୍ୟା ବୋଲି କହିଛି। ସଂଗଠନର ଜାତୀୟ ମୁଖପାତ୍ର ଯୁଧିଷ୍ଠିର ଗୋବିନ୍ଦ ଦାସ କହିଛନ୍ତି କେବଳ ଭାରତରେ ନୁହେଁ ବିଶ୍ୱ ସ୍ତରରେ ଗାଈ ଓ ଷଣ୍ଢଙ୍କର ସୁରକ୍ଷା ତଥା ଯତ୍ନ ନେବାରେ ଇସକନ ଆଗରେ ରହିଛି। ସେ କହିଛନ୍ତି ଏଠାରେ ଆମର ଗାଈ ଏବଂ ଷଣ୍ଢମାନଙ୍କୁ ସେମାନଙ୍କ ଜୀବନସାରା ଯତ୍ନରେ ରଖାଯାଏ।

ମନ୍ଦିର ପ୍ରଶାସନ ଏକ ବିବୃତ୍ତି ଜାରି କରି କହିଛି ଇସକନ ପୃଥିବୀର ଅନେକ ସ୍ଥାନରେ ଗାଈ ସଂରକ୍ଷଣ କରୁଛି ଯେଉଁଠାରେ ଗୋମାଂସ ଏକ ମୁଖ୍ୟ ଖାଦ୍ୟ ଅଟେ। ଇସ୍କନ କହିଛନ୍ତି, ମାନେକା ଗାନ୍ଧୀଙ୍କ ବିବୃତ୍ତିରେ ଆମେ ଆଶ୍ଚର୍ଯ୍ୟ ହୋଇଛୁ କାରଣ ସେ ସର୍ବଦା ଇସ୍କନର ଶୁଭେଚ୍ଛୁ ଅଟନ୍ତି। ପ୍ରଶାସନ କହିଛି ଇସ୍କନ ଭାରତରେ ୬୦ରୁ ଅଧିକ ଗୋଆଶ୍ରୟସ୍ଥଳ ଚଳାଉଛି। ଏଠାରେ ଶହ ଶହ ଗାଈ ଏବଂ ଷଣ୍ଢ ସୁରକ୍ଷିତ ଅଛନ୍ତି। ସେମାନେ ମଧ୍ୟ ସାରା ଜୀବନ ଯତ୍ନ ନିଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ପାଇଁ ମମତା ବାନାର୍ଜୀ କରିଛନ୍ତି କ’ଣ? ଅମିତ ଶାହାଙ୍କ ଏପରି ପ୍ରଶ୍ନରେ…

ନୂଆଦିଲ୍ଲୀ/କୋଲକାତା,୨୭ା୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ବାଂଲାଦେଶରୁ ବେଆଇନ ଅନୁପ୍ରବେଶ ସମ୍ପର୍କରେ କହିଛନ୍ତି ଯେ, ଏଠାରେ ଅନୁପ୍ରବେଶ ବନ୍ଦ ହେଲେ ପଶ୍ଚିମବଙ୍ଗରେ ଶାନ୍ତି...

ବିମାନ ପରେ ଏବେ ନାମୀଦାମୀ ହୋଟେଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ, ତାଲିକାରେ ରହିଛି ଏସବୁ…

ନୂଆଦିଲ୍ଲୀ/କୋଲକାତା,୨୭ା୧୦: ବିମାନ ପରେ ଏବେ ବିଭିନ୍ନ ନାମୀଦାମୀ ହୋଟେଲକୁ ମିଳିଛି ବୋମା ଧମକ। ୪ ରାଜ୍ୟର ୨୫ରୁ ଅଧିକ ହୋଟେଲକୁ ଏହି ଧମକ ମିଳିଛି। ଗୁଜରାଟ,...

ବିହାରରେ ବଢ଼ିଲା ରାଜନୈତିକ ହଲଚଲ: ଶାହାବୁଦ୍ଦିନଙ୍କ ପୁଅ ଓସାମା RJDରେ ସାମିଲ, କ୍ରିକେଟର ଈଶାନଙ୍କ ବାପା ଧରିଲେ ‘ନୀତୀଶ’ଙ୍କ ହାତ

ପାଟନା,୨୭।୧୦: ରାଜନୀତିର ପାଠଶାଳା କୁହାଯାଉଥିବା ବିହାରରେ ୨ ବଡ଼ ଘଟଣା ସାମ୍ନାକୁ ଆସିଛି। ସ୍ବର୍ଗତ ଏମ୍‌ପି ତଥା ଆର୍‌ଜେଡିର ବରିଷ୍ଠ ନେତା ଥିବା ମହମ୍ମଦ ଶାହାବୁଦ୍ଦିନଙ୍କ...

‘ମନ୍‌ କି ବାତ୍‌’ରେ ମୋଟୁ-ପତ୍‌ଲୁ, ଛୋଟା ଭୀମ୍‌ କଥା କହିଲେ ମୋଦି, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୭ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମର ୧୧୫ତମ ପର୍ଯ୍ୟାୟରେ ତାଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତଗୁଡ଼ିକୁ ମନେ ପକାଇଛନ୍ତି। ମୋଦି କହିଛନ୍ତି, ସେ...

ଷ୍ଟେଶନରେ ଦଳାଚକଟା, ୯ ଆହତ

ମୁମ୍ବାଇ,୨୭ା୧୦: ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଦୀପାବଳି ଏବଂ ଛଟ୍‌ପୂଜା ପାଇଁ ନିଜ ଘରକୁ ଯାଉଛନ୍ତି।  କିଛି ଲୋକ ମାସେ ପୂର୍ବରୁ ଟିକେଟ୍‌ ବୁକିଂ କରିଥିଲେ,...

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୨୬ା୧୦: ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଦ୍ୱାରା ଗ୍ରୁପ୍‌ ସି ଏବଂ ଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାର ମନିଲଣ୍ଡରିଂ ଦିଗ...

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ...

ଖାଲିଟାରେ ଗର୍ଜୁ ନାହାଁନ୍ତି ଗିରିରାଜ…

ପାଟନା,୨୬।୧୦: ବିହାରରେ ଯେଉଁ ଆଡେ ନଜର ପକାଇଲେ ଦେଖିବେ, ଆଜିକାଲି କେବଳ ଭାଜପାର ଫାୟାର ବ୍ରାଣ୍ଡ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ‘ହିନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri