Categories: ଜାତୀୟ

ମାନେକା ଗାନ୍ଧୀଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନି ମାମଲା ରୁଜୁ କରିବ ଇସ୍କନ କୋଲକାତା

କୋଲକାତା,୨୯।୯: ଇସ୍କନ ବିରୋଧରେ ଦେଇଥିବା ବୟାନ ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମାନେକା ଗାନ୍ଧୀଙ୍କ ସମସ୍ୟା ବଢିପାରେ। ଇସ୍କନ କୋଲକାତାର ଉପାଧ୍ୟକ୍ଷ ରାଧରମଣ ଦାସ କହିଛନ୍ତି ଯେ, ସେ ମାନେକା ଗାନ୍ଧୀ ଙ୍କ ବିରୋଧରେ ୧୦୦ କୋଟି ଟଙ୍କା ମାନହାନିର ଦାବି କରିବେ। ଏ ସମ୍ପର୍କରେ ମନେକା ଗାନ୍ଧୀଙ୍କୁ ଏକ ନୋଟିସ ଜାରି କରାଯାଇଛି।

ଦାସ କହିଛନ୍ତି , କୌଣସି ତଥ୍ୟ ବିନା ଜଣେ ଏମ୍‌ପି କିପରି ଏପରି ମିଥ୍ୟା ଅଭିଯୋଗ କରିପାରିବେ।ମାନେକା ଗାନ୍ଧୀଙ୍କ ବୟାନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ସମଗ୍ର ବିଶ୍ୱରେ ଆମର ଅନୁଗାମୀମାନଙ୍କୁ ଆଘାତ ଦେଇଛି। ଆମେ ମାନେକା ଗାନ୍ଧୀଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନି ମାମଲା ଦାୟର କରୁଛୁ। ଏ ସମ୍ପର୍କରେ ତାଙ୍କୁ ଏକ ନୋଟିସ ପଠାଯାଇଛି।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମନେକା ଗାନ୍ଧୀଙ୍କ ବୟାନକୁ ନେଇ ବିବାଦ ଲାଗି ରହିଛି। ଏହି ବୟାନରେ ମାନେକା ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ଇସ୍କନର ଗୋ ଶାଳାରେ କଂସାରୀଙ୍କୁ ଗାଈ ବିକ୍ରି କରାଯାଏ। ଇସ୍କନ ଗୋ ଶାଳା ନିର୍ମାଣ କରି ବହୁ ଲାଭ ନେଇଛି ଏବଂ ଏହାକୁ ଆଧାର କରି ଏହା ସରକାରଙ୍କଠାରୁ ଜମି ଆକାରରେ ମଧ୍ୟ ବହୁତ ଲାଭ କରିଛି।

Share