Posted inଜାତୀୟ

ସିଲ୍‌ ହେଲା ଇସ୍କନ ମନ୍ଦିର: ପୂଜକଙ୍କ ସମେତ ୨୨ କରୋନା ପଜିଟିଭ

ବ୍ରିନ୍ଦାବନ,୧୧।୯: ଜନ୍ମାଷ୍ଟମୀ ପୂର୍ବରୁ ବ୍ରିନ୍ଦାବନର ଇସ୍କନ ମନ୍ଦିରକୁ ସିଲ୍‌ କରି ଦିଆଯାଇଛି। ଏଠାରେ ପୂଜାରୀଙ୍କ ସମେତ ୨୨ ଜଣ କରୋନାରେ ସଂକ୍ରମିତ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ମଙ୍ଗଳବାର ଜନ୍ମାଷ୍ଟମୀ ଥିବାରୁ ଏଠାରେ ଭକ୍ତଙ୍କ ଗହଳି ଲାଗିଥାଆନ୍ତା। ହେଲେ ଗୋଟିଏ ପଟେ କରୋନା ମହାମାରୀ ପାଇଁ କଟକଣା ଥିବା ବେଳେ ଅନ୍ୟପଟେ ପୂଜାରୀଙ୍କ ସମେତ ୨୨ ଜଣ କରୋନାରେ ପୀଡ଼ିତ ହେବା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। କୃଷ୍ଣଙ୍କ ଜନ୍ମ ଦିବସ ପାଳନ ପାଇଁ ଭକ୍ତମାନେ ଚାହିଁ ବସିଥିବା ବେଳେ ମନ୍ଦିର ସିଲ୍‌ ହୋଇଯିବା ଅନେକଙ୍କ ମନରେ କଷ୍ଟ ଦେଇଛି। ପୁଣି ଅପେକ୍ଷା ଆଉ ଗୋଟିଏ ବର୍ଷକୁ। ତେବେ କରୋନା ମହାମାରୀ ପାଇଁ ଏବେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

KIIT ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଗଭୀର ଦୁଃଖ ପ୍ରକାଶ କଲା କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ

କାଠମାଣ୍ଡୁ,୧୭।୨: ଓଡ଼ିଶାର ଭୁବନେଶ୍ୱରସ୍ଥିତ KIIT ବିଶ୍ୱବିଦ୍ୟାଳୟରେ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏବେ ଏହି ଘଟଣାକୁ ନେଇ କାଠମାଣ୍ଡୁସ୍ଥିତ ଭାରତୀୟ...

ମହାରାଷ୍ଟ୍ର ସରକାରରେ ପୁଣି ଝଡ଼: ଏକନାଥ ଶିନ୍ଦେ ନେଲେ ବଡ଼ ନିଷ୍ପତ୍ତି

ପୁଣେ,୧୭।୨: ମହାରାଷ୍ଟ୍ରରେ ମହାୟୁତି ସରକାର ଗଠନ ହେବା ପରଠାରୁ ଏକନାଥ ଶିନ୍ଦେ ଏବଂ ଦେବେନ୍ଦ୍ର ଫଡନବିସଙ୍କ ମଧ୍ୟରେ ଶୀତଳ ଯୁଦ୍ଧ କାହାକୁ ଅଛପା ନାହିଁ। ଶିନ୍ଦେ...

ଜର୍ମାନ ରାଷ୍ଟ୍ରପତିଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ କରି ଲଗାଇଦେଲେ ବିହାର ସରକାରଙ୍କ ପ୍ରୋଫାଇଲ ଫଟୋ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ…

ବର୍ଲିିନ୍‌,୧୭।୨: ଜର୍ମାନ ରାଷ୍ଟ୍ରପତି ଫ୍ରାଙ୍କ-ୱାଲ୍ଟର ଷ୍ଟିନମିୟରଙ୍କ ଅଫିସିଆଲ ଏକ୍ସ ଆକାଉଣ୍ଟ ହ୍ୟାକ ହୋଇଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ, ହ୍ୟାକର୍ସମାନେ ରାଷ୍ଟ୍ରପତିଙ୍କ ଆକାଉଣ୍ଟର ପ୍ରୋଫାଇଲ ଫଟୋକୁ...

ଭାରତଠାରୁ ଏତିକି ଟଙ୍କାର ଋଣ ନେଇଛି ଆମେରିକା, ଜାଣିଲେ ଉଡିଜିବ ହୋସ୍‌

ଓ୍‌ବାଶିଂଟନ୍‌/ନୂଆଦିଲ୍ଲୀ,୧୭।୨: ଆପଣ ଅନେକ ଥର ଶୁଣିଥଥିବେ ଯେ ବିଶ୍ୱର ସୁପର ପାୱାର କୁହାଯାଉଥିବା ଆମେରିକା ଅନ୍ୟ ଦେଶଗୁଡ଼ିକୁ ଋଣ ଦିଏ। କିନ୍ତୁ ଏହା ସେପରି ନୁହେଁ।...

ଏହିଦିନ ଶପଥ ନେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ, ନୂଆ ଚେହେରାକୁ ନେଇ…

ନୂଆଦିଲ୍ଲୀ,୧୭।୨: ଜାତୀୟ ରାଜଧାନୀ ଦିଲ୍ଲୀର ବିଧାନସଭା ନିର୍ବାଚନର ଫଳାଫଳ ସମସ୍ତେ ଜାଣନ୍ତି। ଶାସକ ଆମ ଆଦମୀ ପାର୍ଟିକୁ ପରାସ୍ତ କରି ଭାରତୀୟ ଜନତା ପାର୍ଟି ନିର୍ବାଚନରେ...

ଦିଲ୍ଲୀ-ଏନସିଆରରେ ଭୂକମ୍ପ ପରେ ଆସିପାରେ ‘ଆଫ୍ଟରଶକ୍‌’, କେନ୍ଦ୍ର ଜାରି କଲା ଚେତାବନୀ

ନୂଆଦିଲ୍ଲୀ,୧୭।୨: ସୋମବାର ସକାଳେ ଦିଲ୍ଲୀ-ଏନସିଆରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହା ପରେ ଲୋକମାନେ ଭୟଭୀତ ହୋଇଯାଇଛନ୍ତି। ଏହି ସମୟରେ, କେନ୍ଦ୍ର ସରକାର ପୁଣିଥରେ ଦିଲ୍ଲୀରେ...

ଚାଇନା ଆମର ଶତ୍ରୁ ନୁହେଁ! ପୁଣି ବିବାଦୀୟ ବୟାନ ଦେଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୧୭।୨: କଂଗ୍ରେସ ବିଦେଶୀ ୟୁନିଟ ମୁଖ୍ୟ ସାମ ପିଟ୍ରୋଡା ଏକ ଦାବି କରି ନୂତନ ବିବାଦ ସୃଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ଚାଇନାଠାରୁ ଆସୁଥିବା...

ଆମେରିକାରୁ ନିର୍ବାସିତ ପ୍ରବାସୀ ମହିଳା-ଶିଶୁଙ୍କୁ ନେଇ ଟ୍ରମ୍ପ ସରକାରଙ୍କ ବଡ ନିଷ୍ପତ୍ତି, ଜାଣନ୍ତୁ ଏହା କ’ଣ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୭।୨: ପଞ୍ଜାବର ଅମୃତସରରେ ଦ୍ୱିତୀୟ ଆମେରିକୀୟ ସାମରିକ ବିମାନରୁ ଓହ୍ଲାଇଥିବା ନିର୍ବାସିତଙ୍କ ମଧ୍ୟରେ ଥିବା ମହିଳା ଏବଂ ପିଲାମାନଙ୍କୁ ‘ଉଡ଼ାଣ ସମୟରେ ଶିକୁଳିରେ ବାନ୍ଧି ଦିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image