Categories: ଜାତୀୟ

ସିଲ୍‌ ହେଲା ଇସ୍କନ ମନ୍ଦିର: ପୂଜକଙ୍କ ସମେତ ୨୨ କରୋନା ପଜିଟିଭ

ବ୍ରିନ୍ଦାବନ,୧୧।୯: ଜନ୍ମାଷ୍ଟମୀ ପୂର୍ବରୁ ବ୍ରିନ୍ଦାବନର ଇସ୍କନ ମନ୍ଦିରକୁ ସିଲ୍‌ କରି ଦିଆଯାଇଛି। ଏଠାରେ ପୂଜାରୀଙ୍କ ସମେତ ୨୨ ଜଣ କରୋନାରେ ସଂକ୍ରମିତ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ମଙ୍ଗଳବାର ଜନ୍ମାଷ୍ଟମୀ ଥିବାରୁ ଏଠାରେ ଭକ୍ତଙ୍କ ଗହଳି ଲାଗିଥାଆନ୍ତା। ହେଲେ ଗୋଟିଏ ପଟେ କରୋନା ମହାମାରୀ ପାଇଁ କଟକଣା ଥିବା ବେଳେ ଅନ୍ୟପଟେ ପୂଜାରୀଙ୍କ ସମେତ ୨୨ ଜଣ କରୋନାରେ ପୀଡ଼ିତ ହେବା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। କୃଷ୍ଣଙ୍କ ଜନ୍ମ ଦିବସ ପାଳନ ପାଇଁ ଭକ୍ତମାନେ ଚାହିଁ ବସିଥିବା ବେଳେ ମନ୍ଦିର ସିଲ୍‌ ହୋଇଯିବା ଅନେକଙ୍କ ମନରେ କଷ୍ଟ ଦେଇଛି। ପୁଣି ଅପେକ୍ଷା ଆଉ ଗୋଟିଏ ବର୍ଷକୁ। ତେବେ କରୋନା ମହାମାରୀ ପାଇଁ ଏବେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।

Share