Categories: ଖେଳ

ମାର୍ଚ୍ଚ ୧୮ରେ ହେବ ଆଇଏସ୍‌ଏଲ୍‌ ଫାଇନାଲ

ନୂଆଦିଲ୍ଲୀ,୪।୨(ପି.ଟି.): ଚଳିତ ସିଜନ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇଏସ୍‌ଏଲ୍‌)ର ଫାଇନାଲ ମ୍ୟାଚ ମାର୍ଚ୍ଚ ୧୮ରେ ଖେଳାଯିବ ବୋଲି ଆୟୋଜକ ଗଣ ଶୁକ୍ରବାର ଘୋଷଣା କରିଛନ୍ତି। ଲିଗ୍‌ ପର୍ଯ୍ୟାୟ ଶେଷ ହେବା ପରେ ଚତୁର୍ଥ ଓ ପଞ୍ଚମ ଦଳ ଏବଂ ତୃତୀୟ ଓ ଷଷ୍ଠ ଦଳ ମଧ୍ୟରେ ଦୁଇଟି ଓ୍ବାନ ଲେଗ୍‌ ବିଶିଷ୍ଟ ପ୍ଲେ-ଅଫ୍‌ ମ୍ୟାଚ ଯଥାକ୍ରମେ ମାର୍ଚ୍ଚ ୩ ଓ ୪ରେ ଖେଳାଯିବ। ୪ ହୋମ୍‌ ଓ ଆଓ୍ବେ ସେମିଫାଇନାଲ ମ୍ୟାଚଗୁଡ଼ିକ ମାର୍ଚ୍ଚ ୭, ୯, ୧୨ ଓ ୧୩ରେ ଖେଳାଯିବ। ଲିଗ୍‌ ପର୍ଯ୍ୟାୟ ଶେଷ ହେବା ପରେ ଦୁଇ ଶ୍ରେଷ୍ଠ ଦଳ ଆପେ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଫାଇନାଲ ଭେନ୍ୟୁ ପରେ ଘୋଷଣା କରାଯିବ। ମୁମ୍ବାଇ ସିଟି ଏଫ୍‌ସି ଓ ହାଇଦ୍ରାବାଦ ଏଫ୍‌ସ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇସାରିଛନ୍ତି।

Share