Posted inଖେଳ

ଆଇଏସ୍‌ଏଲ୍‌: କଳିଙ୍ଗରେ ଆଜି ଓଡ଼ିଶା ଏଫ୍‌ସି-ଚେନ୍ନାଇନ୍‌

ଭୁବନେଶ୍ୱର, ୨୩।୯(ତପନ ସ୍ବାଇଁ): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ୧୦ମ ସଂସ୍କରଣରେ ଓଡ଼ିଶା ଏଫ୍‌ସିର ଅଭିଯାନ ଶନିବାର ଆରମ୍ଭ ହେବ। ଘରୋଇ ପରିବେଶରେ କଳିଙ୍ଗ ଷ୍ଟାଡିୟମରେ ଏହି ଦଳ ଚେନ୍ନାଇନ୍‌ ଏଫ୍‌ସିକୁ ଭେଟିବ। ଗତ ସିଜନରେ ଓଡ଼ିଶା ଏଫ୍‌ସି ଚମତ୍କାର ପ୍ରଦର୍ଶନ କରି ପ୍ଲେ-ଅଫ୍‌ରେ ପ୍ରବେଶ କରିଥିଲା। ଚେନ୍ନାଇନ୍‌ ୮ମ ସ୍ଥାନରେ ରହିଥିଲା। ୩୦୩ ଦିନ ପରେ କଳିଙ୍ଗରେ ଉଭୟ ଦଳ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। କଳିଙ୍ଗରେ ଅନୁଷ୍ଠିତ ପୂର୍ବ ମୁକାବିଲାରେ ଓଡ଼ିଶା ଏଫ୍‌ସି ୩-୨ ଗୋଲରେ ଚେନ୍ନାଇନ୍‌କୁ ପରାସ୍ତ କରିଥିଲା। ନନ୍ଦକୁମାର ସେକରଙ୍କ ଶେଷ ମିନିଟ ଗୋଲ ଓଡ଼ିଶା ଏଫ୍‌ସିକୁ ବିଜୟ ସ୍ବାଦ ଚଖାଇଥିଲା। ଏଥର ସର୍ଗିଓ ଲୋବେରା ଓଡ଼ିଶା ଏଫ୍‌ସି ଏବଂ ଓଏନ କୋଏଲ ଚେନ୍ନାଇନ୍‌ ଏଫ୍‌ସିର କୋଚ୍‌ ଅଛନ୍ତି। ଏମାନଙ୍କ ରଣନୀତିରେ ପଡ଼ିଆକୁ ଓହ୍ଲାଇବେ ଦୁଇ ଦଳ। ପୂର୍ବ ରେକର୍ଡ ଦେଖିଲେ ଚେନ୍ନାଇନ୍‌ ବିପକ୍ଷରେ ଓଡ଼ିଶା ଏଫ୍‌ସିର ପଲା ଭାରି ରହିଛି। ଉଭୟ ଦଳ ମଧ୍ୟରେ ମୋଟ ୧୮ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରୁ ଓଡ଼ିଶା ଏଫ୍‌ସି ୭ଟିରେ ବିଜୟୀ ହୋଇଥିବାବେଳେ ଚେନ୍ନାଇ ୩ ମ୍ୟାଚ ଜିତିଛି। ଅବଶିଷ୍ଟ ୮ଟି ମ୍ୟାଚ ଡ୍ର ରହିଛି।
ଚଳିତ ସିଜନରେ ଓଡ଼ିଶା ଏଫ୍‌ସି କେତେକ ନୂଆ ଖେଳାଳିଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ। ସେମାନଙ୍କ ମଧ୍ୟରେ ଅଛନ୍ତି ଅଭିଜ୍ଞ ଅହମ୍ମଦ ଜାହୋଉ, ମୌର୍ତାଦା ଫଲ୍‌, ରୟ କ୍ରିଷ୍ଣା ଏବଂ ପ୍ରତିଭା ସମ୍ପନ୍ନ ଗିବସନ ସିଂ ଓ ଲାଲିଆନସାଙ୍ଗା। ତେବେ ବ୍ରାଜିଲିଆନ ଫରଓ୍ବାର୍ଡ ଡିଏଗୋ ମୌରିସିଓ ନଜରରେ ରହିବେ। ଗତ ସିଜନରେ ସେ ୧୨ଟି ଗୋଲ ଦେଇ ଯୁଗ୍ମ ଟପ୍‌ ସ୍କୋରର ରହିଥିଲେ। ସେହିପରି ରାଫାଲ କ୍ରିଭେଲାରୋଙ୍କ ପ୍ରତ୍ୟାବର୍ତ୍ତନରେ ଚେନ୍ନାଇନ୍‌ ଫ୍ରଣ୍ଟଲାଇନ୍‌ ଦୃଢ଼ ହୋଇଛି।
”ଏହାକୁ ମିଶାଇ ମୁଁ ୫ ବର୍ଷ ଧରି ଆଇଏସ୍‌ଏଲ୍‌ ସହିତ ସମ୍ପୃକ୍ତ ରହିଛି। ଅଭିଜ୍ଞତା ଅନୁସାରେ ଏତିକି କହିବି ଯେ ଏଥରର ଆଇଏସ୍‌ଏଲ୍‌ ସବୁଠାରୁ ସଂଘର୍ଷପୂର୍ଣ୍ଣ ହେବ। ପ୍ରାୟତଃ ପ୍ରତି ଦଳ ଶକ୍ତିଶାଳୀ। ଆମେ ଏକ ଦୃଢ଼ ଦଳ ବିପକ୍ଷରେ ସିଜନ ଆରମ୍ଭ କରିବାକୁ ଯାଉଛୁ। ମାତ୍ର ଉତ୍ସାହିତ ମଧ୍ୟ ଅଛୁ। ଏଏଫ୍‌ସି କପ୍‌ରେ ଆମେ ମୋହନ ବାଗାନ ସୁପର ଜାଏଣ୍ଟଠାରୁ ପରାଜୟରୁ ଅନେକ କିଛି ଶିଖିଛୁ। ଆଗାମୀ ଦିନରେ ମିଳିବାକୁଥିବା ଚ୍ୟାଲେଞ୍ଜ ପାଇଁ ଆମେ ପ୍ରସ୍ତୁତ“ ବୋଲି ଶୁକ୍ରବାର ଅନୁଷ୍ଠିତ ମ୍ୟାଚ ପୂର୍ବ ଖବରଦାତା ସମ୍ମିଳନୀରେ ଓଡ଼ିଶା ଏଫ୍‌ସି କୋଚ୍‌ ସର୍ଗିଓ ଲୋବେରା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଚେନ୍ନାଇନ୍‌ କୋଚ୍‌ କୋଏଲ କହିଛନ୍ତି ଯେ, ”ଓଡ଼ିଶା ଏଫ୍‌ସି ଏକ ଶକ୍ତିଶାଳୀ ଦଳ। ତେଣୁ ଆଗାମୀ ମ୍ୟାଚ ନିଶ୍ଚିତ ସଂଘର୍ଷପୂର୍ଣ୍ଣ ହେବ। ତେବେ ଆମେ ଏହି ମ୍ୟାଚକୁ ଆଗ୍ରହର ସହ ଅପେକ୍ଷା କରିଛୁ। ପ୍ରତି ମ୍ୟାଚରେ ଶ୍ରେଷ୍ଠ ପ୍ରଦର୍ଶନ ଆମର ମୁଖ୍ୟ ଲକ୍ଷ୍ୟ ରହିବ“।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚମ୍ପିଆନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନ ଦଳରେ ପରିବର୍ତନ; ମହମ୍ମଦ ରିଜୱାନଙ୍କୁ ମିଳିଲା ଅଧିନାୟକ ପଦ

ନୂଆଦିଲ୍ଲୀ,୨୭ା୧୦: ପାକିସ୍ତାନ କ୍ରିକେଟ ବୋର୍ଡ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଦଳରେ ବଡ ପରିବର୍ତନ କରିଛି। ବାବର ଦିନିକିଆ ଏବଂ ଟି୨୦ କ୍ରିକେଟରୁ ଅବସର ନେବା ପରେ...

ବିନା ଅଧିନାୟକରେ ଟିମ୍ ଘୋଷଣା କଲା ପାକିସ୍ତାନ; ଜିମ୍ବାୱେ ଗସ୍ତରୁ ବାଦ ପଡ଼ିଲେ ବାବର-ଶାହୀନି

ନୂଆଦିଲ୍ଲୀ,୨୭ା୧୦: ଜିମ୍ବାୱେ ଏବଂ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦଳ ଘୋଷଣା କରିଛି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)। ପୂର୍ବତନ ଅଧିନାୟକ ବାବର ଆଜମଙ୍କୁ ଜିମ୍ବାୱେ ଗସ୍ତ ପାଇଁ...

ପରିସ୍ଥିତି ନା ରଣନୀତି…ହେମନ୍ତ ସୋରେନଙ୍କ ବରହେଟ୍‌ରେ କାହିଁକି ପ୍ରାର୍ଥୀ ଦେଉନାହିଁ ଭାଜପା?

ରାଞ୍ଚି,୨୬।୧୦: ଝାଡ଼ଖଣ୍ଡର ୬୮ ଆସନରେ ନିର୍ବାଚନ ଲଢ଼ୁଥିବା ଭାଜପା ୬୬ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ହେଲେ ଯେଉଁ ୨ ଆସନରେ ଦଳ ପ୍ରାର୍ଥୀ ଦେଇ...

୨୨ ବର୍ଷରେ ଇତିହାସ ରଚିଲେ ଜୟସ୍ବାଲ, ଭାଙ୍ଗିଲେ ୪୫ ବର୍ଷ ପୁରୁଣା ରେକର୍ଡ

ପୁଣେ,୨୫।୧୦: ଟିମ୍‌ ଇଣ୍ଡିଆର ଯୁବ ଓପନର୍‌ ଯଶସ୍ବୀ ଜୟସ୍ବାଲ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି। ଚଳିତ ବର୍ଷ ସେ ଟେଷ୍ଟ ଫର୍ମାଟରେ ସେ ଜବରଦସ୍ତ...

ଝାଡ଼ଖଣ୍ଡ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ମହେନ୍ଦ୍ର ସିଂ ଧୋନୀ

ନୂଆଦିଲ୍ଲୀ,୨୬।୧୦: ନିର୍ବାଚନ ମଇଦାନରେ ନଜର ଆସିବେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ନିକଟରେ ହେବାକୁ ଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ତାଙ୍କୁ ଦେଖିବାକୁ...

ଇତିହାସ ରଚିଦେଲା ନ୍ୟୁଜିଲାଣ୍ଡ, ୧୨ ବର୍ଷ ପରେ ଘରୋଇ ମାଟିରେ ହାରିଲା ଟିମ୍‌ ଇଣ୍ଡିଆ

ପୁଣେ,୨୬।୧୦: ଭାରତ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌କୁ ଜିତିନେଇଛି ନ୍ୟୁଜିଲାଣ୍ଡ। ଫଳରେ ଦଳ ୧୨ ବର୍ଷ ପରେ ଭାରତ ମାଟିରେ ସିରିଜ ଜିତି ଇତିହାସ...

କାହିଁକି ଶାମିଙ୍କୁ ମିଳିଲାନି ଭାରତୀୟ ଦଳରେ ସ୍ଥାନ

ନୂଆଦିଲ୍ଲୀ,୨୬।୧୦: କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ବର୍ଡର-ଗାଭାସ୍କର ଟ୍ରଫି ପାଇଁ ୧୮ ଜଣିଆ ଟିମ ଇଣ୍ଡିଆ ଘୋଷଣା କରିଛି। ଅଷ୍ଟ୍ରେଲିଆ ଗସ୍ତରେ ଖେଳାଯାଇଥିବା ଏହି...

ସଙ୍କଟରେ ଟିମ୍‌ ଇଣ୍ଡିଆ: ସ୍ପିନ୍‌ ଖେଳିବାରେ ବିଫଳ

ପୁଣେ, ୨୬।୧୦:କ୍ୱାଲିଟି ସ୍ପିନ୍‌ ବୋଲିଂକୁ ମୁକାବିଲା କରିବାରେ ଭାରତୀୟ ବ୍ୟାଟରଙ୍କ ବିଫଳତା ପଦାରେ ପଡ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ମାତ୍ର ୧୫୬...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri