ନଓ୍ବାଜ-ଜରଦାରିଙ୍କ ସମେତ କେତେଜଣ ବଡ ବଡ ନେତାଙ୍କ ଉପରେ ଆସିପାରେ ସଙ୍କଟ, ପୁଣି ଆରମ୍ଭ ହେବ ୮୦ ଦୁର୍ନୀତି ମାମଲାର ଶୁଣାଣି

ଇସଲାମାବାଦ,୨୨।୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ, ଶେହବାଜ ସରିଫ ଏବଂ ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲି ଜରଦାରି ପୁଣି ଥରେ ଅସୁବିଧାରେ ପଡିଛନ୍ତି। ଶୁକ୍ରବାର ପ୍ରକାଶିତ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୮୦ଟି ହାଇ-ପ୍ରୋଫାଇଲ ମାମଲା ସମେତ ଦୁର୍ନୀତି ମାମଲାର ପୁନଃ ଶୁଣାଣି କରାଯିବ। ଦୁର୍ନୀତି ନିବାରଣ ଆଇନରେ ସମ୍ପ୍ରତି ସଂଶୋଧନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।
ସରକାରୀ ସୂତ୍ରରୁ ପ୍ରକାଶ ଯେ ନୱାଜ ସରିଫଙ୍କ ନେତୃତ୍ୱାଧୀନ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ସରକାରଙ୍କ ଦ୍ୱାରା ଦୁର୍ନୀତି ନିବାରଣ ଆଇନରେ କରାଯାଇଥିବା ସଂଶୋଧନ ହେତୁ ଏହି ମାମଲା ଶହ ଶହ ବନ୍ଦ ରହିଥିମା ମାମଲା ମଧ୍ୟରୁ ଗୋଟିଏ।
ଡନ ଖବରକାଗଜ ରିପୋର୍ଟ ଅନୁଯାୟୀ, ନାବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇସଲାମାବାଦର ଉତ୍ତରଦାୟିତ୍ୱ କୋର୍ଟକୁ ୮୦ଟି ମାମଲାର ରେକର୍ଡ ହସ୍ତାନ୍ତର କରିଛି। ଅନ୍ୟ ଅନେକଙ୍କୁ ରାୱଲପିଣ୍ଡି ଏବଂ କ୍ୱେଟାର ଉତ୍ତରଦାୟିତ୍ୱ କୋର୍ଟକୁ ପଠାଯାଇଛି। ସରକାରୀ ସୂତ୍ର ଅନୁଯାୟୀ, ପୂର୍ବରୁ ବନ୍ଦ ହୋଇଥିବା ଅଧିକାରୀ ଏବଂ ବ୍ୟବସାୟୀଙ୍କ ବିରୋଧରେ ପ୍ରାୟ ୨,୦୦୦ ମାମଲା ସର୍ବୋଚ୍ଚ ନ୍ୟାୟାଳୟର ହସ୍ତକ୍ଷେପ ପରେ ପୁନଃ ଖୋଲାଯାଉଛି ଯାହା ପୂର୍ବରୁ ବନ୍ଦ ହୋଇଯାଇଥିଲା।
ସୂଚନାଯୋଗ୍ୟ, ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ନାମରେ ଗତ ବର୍ଷ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି। ତତ୍କାଳୀନ ପୂର୍ବତନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ସରକାର ଉତ୍ତରଦାୟିତ୍ୱ ଆଇନରେ କରାଯାଇଥିବା ସଂଶୋଧନକୁ ଚ୍ୟାଲେଞ୍ଜ କରିଥିଲେ।

Share