ପୁଣି ଅଡୁଆରେ ଇମ୍ରାନ୍‌, ବୁଶ୍‌ରା ବିବିଙ୍କ ସହ ବିବାହ ମାମଲାରେ କୋର୍ଟ ଜାରି କଲେ ସମନ

ଇସଲାମାବାଦ,୨୨।୯: ଇସଲାମାବାଦର ଏକ କୋର୍ଟ ଗୁରୁବାର ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ସମନ ପଠାଇଛନ୍ତି। ବୁଶ୍‌ରା ବିବିଙ୍କ ସହ ତାଙ୍କର ଅଣ ଇସଲାମିକ ବିବାହ ସମ୍ପର୍କିତ ମାମଲାରେ ଏହି ସମନ ପଠାଯାଇଥିବା ଜଣାପଡିଛି। ୨୫ ସେପ୍ଟେମ୍ବରରେ ହାଜ ହେବା ପାଇଁ ଇମ୍ରାନ୍‌ ଖାନଙ୍କୁ କୁହାଯାଇଛି। ରିପୋର୍ଟ ଅନୁଯାୟୀ, ସିଭିଲ ଜଜ କୁଦରତୁଲ୍ଲାହ ଅଟକ ଜେଲ ଅଧୀକ୍ଷକଙ୍କୁ ଇମ୍ରାନ୍‌ ଖାନଙ୍କୁ କୋର୍ଟରେ ହାଜର କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଇମ୍ରାନ୍‌ ଖାନଙ୍କ ଉପରେ ତୃତୀୟ ଥର ବିବାହ କରିଥିବା ଅଭିଯୋଗ ହୋଇଛି।

Share