ଇମ୍ରାନ୍‌ଙ୍କୁ ଆଶ୍ୱସ୍ତି: ତୋସାଖାନା ମାମଲା ଗ୍ରହଣୀୟ ନୁହେଁ ବୋଲି କହିଲେ ହାଇକୋର୍ଟ

ଇସଲାମାବାଦ,୪।୭: ତୋସାଖାନା ଦୁର୍ନୀତି ମାମଲାରେ ପାକିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ଏକ ବଡ଼ ଆସ୍ବସ୍ତି ମିଳିଛି। ଇସଲାମାବାଦ ହାଇକୋର୍ଟ ମଙ୍ଗଳବାର ତୋସାଖାନା ମାମଲାକୁ ଗ୍ରହଣୀୟ ନୁହେଁ ବୋଲି ଘୋଷଣା କରି ଇମ୍ରାନ ଖାନଙ୍କ ଜାମିନ ଆବେଦନକୁ ଅନୁମୋଦନ କରିଛନ୍ତି। ଇସଲାମାବାଦ ହାଇକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଆମିର ଫାରୁକ ଏହି ରାୟ ଶୁଣାଇଛନ୍ତି।

ପ୍ରଧାନମନ୍ତ୍ରୀ ପଦରେ ରହିବା ସମୟରେ ଇମ୍ରାନ ଖାନ ଉପହାର ସ୍ବରୂପ ଗ୍ରହଣ କରିଥିବା ଅମୂଲ୍ୟ ଘଣ୍ଟା ବ୍ୟତୀତ ବହୁ ଦାମୀ ଜିନିଷ ବିକ୍ରି କରିଥିବା ଅଭିଯୋଗ ହୋଇଛି। ୧୯୭୪ରେ ପାକିସ୍ତାନରେ ପ୍ରତିଷ୍ଠିତ ହୋଇଥିବା ତୋସାଖାନା ହେଉଛି କ୍ୟାବିନେଟ ଡିଭିଜନର ପ୍ରଶାସନିକ ନିୟନ୍ତ୍ରଣ ଅଧୀନରେ ଥିବା ଏକ ବିଭାଗ, ଯାହାକି ଅନ୍ୟ ସରକାର ତଥା ରାଜ୍ୟ ମୁଖ୍ୟ ତଥା ବିଦେଶୀ ମାନ୍ୟଗଣଙ୍କ ଦ୍ୱାରା ଶାସକ, ସଂସଦୀୟ ସଦସ୍ୟ, ଅମଲାତନ୍ତ୍ର ଏବଂ ଅଧିକାରୀମାନଙ୍କୁ ଦିଆଯାଇଥିବା ମୂଲ୍ୟବାନ ଉପହାର ଗଚ୍ଛିତ କରିଥାଏ।

Share