ରୁଷିଆରୁ ଧରାପଡିଲେ ଆଇଏସ ଆତ୍ମଘାତୀ ଆତଙ୍କବାଦୀ, ଭାଜପାର ମୁଖ୍ୟ ନେତାଙ୍କ ଉପରେ କରିଥାଆନ୍ତେ ଆକ୍ରମଣ

ମସ୍କୋ,୨୨ ।୮: ରୁଷିଆ ସୁରକ୍ଷା ଏଜେନ୍ସି(ଏଫଏସବି) ଆତଙ୍କବାଦୀ ସଙ୍ଗଠନ(ଇସଲାମିକ ସଙ୍ଗଠନ)ର ଜଣେ ଆତଙ୍କବାଦୀଙ୍କୁ ଧରିଥିବା ଜଣାପଡିଛି । ସେ ଭାରତରେ ଆତ୍ମଘାତୀ ଆକ୍ରମଣ କରିବା ଯୋଜନାରେ ଥିଲେ । ଏଫଏସବିର ଅଧିକାରୀମାନେ କହିଛନ୍ତି ଧରାପଡିଥିବା ଆତଙ୍କବାଦୀ ମଧ୍ୟ ଏସିଆର ଏକ ଦେଶର ମୂଳ ବାସିନ୍ଦା ବୋଲି ଜଣାପଡିଛନ୍ତି ।

ରୁଷିଆ ସମାଚାର ଏଜେନ୍ସି ସ୍ପୁଟନିକର ସୂଚନା ଅନୁଯାୟୀ, ପ୍ରାରମ୍ଭିକ ପଚରା ଉଚରାରେ ଉକ୍ତ ଆତଙ୍କବାଦୀ ମାନିଛନ୍ତି କି ସେ ଭାରତରେ ଜଣେ ମୁଖ୍ୟ ନେତାଙ୍କୁ ଟାର୍ଗେଟ କରିଥିଲେ । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ଆଇଏସ ଭାରତରେ ଆକ୍ରମଣ କରିବାର ଯୋଜନା କରୁଛି । ଏଫଏସବି ଅନୁସାରେ ଉକ୍ତ ଆତଙ୍କବାଦୀ ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ ତୁର୍କିରେ ଥିଲେ । ଆଉ ସେଠାରେ ଆତଙ୍କବାଦର ଟ୍ରେନିଂ ନେଇଥିଲେ । ପ୍ରଥମେ ତାଙ୍କୁ ରୁଷିଆ ପଠାଯାଇଥିଲା ପରେ ସେ ଭାରତ ଆସିଥାଆନ୍ତେ । ରୁଷିଆ ସୁରକ୍ଷା ଏଜେନ୍ସି କହିଛି ଆତଙ୍କବାଦୀ ଜଣକ ଭାରତରେ ଶାସକ ଦଳ (ଭାଜପା)ର ଜଣେ ନେତାଙ୍କୁ ହତ୍ୟା କରିବା ପାଇଁ ନିଜକୁ ବିସ୍ଫୋରଣରେ ଉଡାଇ ଦେବାକୁ ଯୋଜନା କରିଥିଲେ । ତାଙ୍କୁ ଆଇଏସର ଜରେ ମୁଖ୍ୟ ନେତା ‘ସୁଇସାଇଡ ବଁମର’ ଭାବେ ତୁର୍କିରେ ତାଙ୍କ ସଙ୍ଗଠନରେ ମିଶାଇଥିଲେ ।

Share