Categories: ଫୁରସତ

ଏହି ଆଇଲାଣ୍ଡ୍‌କୁ କେବଳ କରୋନା ପଜିଟିଭ୍‌ ଚିହ୍ନଟ ଲୋକେ ବୁଲିବାକୁ ଆସିପାରିବେ,ଜାଣନ୍ତୁ କାହିଁକି

ବିଶ୍ୱର ଏପରି ଏକ ଆଇଲାଣ୍ଡ ଅଛି ଯେଉଁଠିକୁ କେବଳ କରୋନା ପଜିଟିଭ୍‌ ଲୋକ ଆସିବାର ସର୍ତ୍ତ ରହିଛି। ବ୍ରାଜିଲର ଫର୍ଣ୍ଣାଣ୍ଡୋ ଡି ନୋରୋହ୍ନା ନାମକ ଏହି ଆଇଲାଣ୍ଡ କରୋନା ଯୋଗୁ ଗତ ୫ ମାସ ହେବ ବନ୍ଦ ଥିଲା। ଏବେ ସର୍ତ୍ତ ସହ ଏହା ଖୋଲାଯାଇଛି। ସର୍ତ୍ତ ମୁତାବକ ଏହି ଆଇଲାଣ୍ଡକୁ କେବଳ ସେହିମାନେ ଆସିପାରିବେ ଯେଉଁମାନେ କରୋନା ପଜିଟିଭ୍‌ ଚିହ୍ନଟ ହୋଇ ପୁଣି ସୁସ୍ଥ ହୋଇଥିବେ। ଏହି ସର୍ତ୍ତକୁ ପୂରଣ କରିପାରୁଥିବା ପର୍ଯ୍ୟଟକ ସେପ୍ଟେମ୍ବର ୧ରୁ ଏଠାକୁ ଆସିପାରିବେ। ଆଇଲାଣ୍ଡର ଅଧିକାରୀମାନେ କହିଛନ୍ତି, ସ୍ଥାନୀୟ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ସର୍ତ୍ତ ରଖାଯାଇଛି। ପର୍ଯ୍ୟଟକଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଏବଂ ନେଗେଟିଭ୍‌ ନେଇ ଏଠାକୁ ଆସିବାକୁ ପଡିବ। ଏହି ରିପୋର୍ଟ ୨୦ ଦିନ ପୁରୁଣା ହୋଇଥିବା ଆବଶ୍ୟକି ବୋଲି ନିୟମ ରହିଛି।

Share