ଇସ୍‌ରାଏର ଚାର୍ଟରିଂ ସେରିମନି

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ହିଟିଂ, ରେଫ୍ରିଜରେଟିଂ ଆଣ୍ଡ ଏୟାର କଣ୍ଡିସ୍‌ନିଂ ଇଞ୍ଜିନିୟର୍ସ (ଆଇଏସ୍‌ଏଚ୍‌ଏଆର୍‌ଏଇ ବା ଇସ୍‌ରାଏ)ର ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଶୁକ୍ରବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଚାର୍ଟରିଂ ସେରିମନି’ର ଆୟୋଜନ ଭୁବନେଶ୍ୱରର ଏକ ୫ ତାରକା ହୋଟେଲଠାରେ କରାଯାଇଥିଲା। ରାଜ୍ୟରେ ଇସ୍‌ରାଏର ଅଭିନବ ଓ ଉଲ୍ଲେଖନୀୟ ଯାତ୍ରାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ଚିହ୍ନିତ କରୁଛି। ଏହି କାର୍ଯ୍ୟକ୍ରମରେ ଆସୋସିଏଶନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏହି ସେରିମନିରେ ଗଭର୍ନର ବୋର୍ଡ ପାଇଁ ଏକ ଶପଥ ଗ୍ରହଣ ସମାରୋହର ଆୟୋଜନ କରାଯାଇଥିଲା, ଯେଉଁଥିରେ ଇସ୍‌ରାଏ ଭୁବନେଶ୍ୱର ଚାପ୍ଟରର ତତ୍କାଳ ପୂର୍ବତନ ଅଧ୍ୟକ୍ଷ ବାଲାଜୀ କୁମାର ଚୌଧୁରୀ, ଅଧ୍ୟକ୍ଷ ନୀଳାଚଳ କାଶୀନାଥ ଗୌଡ, ନିର୍ବାଚିତ ଅଧ୍ୟକ୍ଷ ସଚିନ୍ଦ୍ର କୁମାର ରାଉତ, ସଚିବ ସଞ୍ଜିତ କୁମାର ଆଚାର୍ଯ୍ୟ, ଟ୍ରେଜରର ନିଳୋପତ୍ଳା ବେଜ୍‌ ପ୍ରମୁଖ ସାମିଲ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସୋସାଇଟି ନିୟମ ଅନୁଯାୟୀ ପାଳନ କରାଯାଇଥିଲା। ଏହି ଅବସରରେ ସି. ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟିର ଅଧ୍ୟକ୍ଷ ଡ.ସଞ୍ଜୀବ କୁମାର ରାଉତ କହିଛନ୍ତି, ଇସ୍‌ରାଏ ଭୁବନେଶ୍ୱରର ଉଭୟ ବୈଜ୍ଞାନିକ ଓ ବୈଷୟିକ କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳ ସୃଷ୍ଟିକରି ଏହି ବର୍ଦ୍ଧିତ ଶିଳ୍ପକୁ ସହଯୋଗ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଶିକ୍ଷାନୁଷ୍ଠାନ, ଆଇଟିଆଇ, ୟୁନିଭର୍ସିଟିଗୁଡିକ ସହଯୋଗରେ ଏହା ଶିଳ୍ପ ପାଇଁ ପ୍ରଶିକ୍ଷିତ ବ୍ୟକ୍ତି ସୃଷ୍ଟି କରିପାରିବ ଏବଂ ଅଣସଂଗଠିତ କ୍ଷେତ୍ରରେ ବିଦ୍ୟମାନ ବୈଷୟିକ କର୍ମଚାରୀମାନଙ୍କୁ ଅପ୍‌ଗ୍ରେଡ୍‌ କରିପାରିବ। ମୁଁ ଏହା ଜାଣି ଖୁବ୍‌ ଖୁସି ଅନୁଭବ କରୁଛି ଯେ ୭ବର୍ଷ ପୂର୍ବେ ଆମେ ସୃଷ୍ଟି କରିଥିବା କ୍ଷୁଦ୍ର ସଂଗଠନଗୁଡିକ ଏବେ ଶିଳ୍ପ ଓ ବ୍ୟବସାୟଗୁଡିକ ସହ ସମନ୍ବୟ ରକ୍ଷାକରି ବିକଶିତ ସହ ବୃଦ୍ଧି ପାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୧୪ ଲୋକପ୍ରିୟ ଭାରତୀୟ କମ୍ପାନୀ ସହ ଅଛି ଇସ୍ରାଏଲର ଲିଙ୍କ୍‌, ଯୁଦ୍ଧର ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୪।୧୦: ମଧ୍ୟ ପୂର୍ବରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ତିକ୍ତତା ବିଶ୍ୱ ବଜାରରେ ଆଲୋଡ଼ନ ସୃଷ୍ଟି କରିଛି ଏବଂ ଏହାର ପ୍ରଭାବ ଭାରତୀୟ ଷ୍ଟକ...

ପାତ୍ର ଇଲେଟ୍ରୋନିକ୍ସର ବିଗ୍‌ ଫେଷ୍ଟିଭାଲ ସେଲ୍‌

ଭୁବନେଶ୍ୱର,୪।୧୦: ରାଜ୍ୟର ପ୍ରମୁଖ ରିଟେଲ ଚେନ୍‌ ପାତ୍ର ଇଲେଟ୍ରୋନିକ୍ସର ବହୁ ପ୍ରତୀକ୍ଷିତ ‘ବିଗ୍‌ ଫେଷ୍ଟିଭାଲ ସେଲ୍‌ସ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ସେଲ୍‌ ୨୦୨୪...

ଦିନକରେ ନିବେଶକ ହରାଇଲେ ୧୦ ଲକ୍ଷ କୋଟି

ମୁମ୍ବାଇ,୪।୧୦: ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ସାଙ୍ଗକୁ ଦରବୃଦ୍ଧିଜନିତ ମାନ୍ଦାବସ୍ଥାର ବଡ଼ ଧରଣ ପ୍ରଭାବ ଭାରତୀୟ ପୁଞ୍ଜିବଜାର କାରବାର ଉପରେ ପଡିଛି। ଫଳରେ ଘରୋଇ ଶେୟାର ବଜାରର ନିବେଶକମାନେ...

ୱଣ୍ଡର୍ଲା ଭୁବନେଶ୍ୱରର ପାର୍ବଣ ଉପହାର ଅଫର

ଭୁବନେଶ୍ୱର,୪।୧୦: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ସର୍ବବୃହତ୍‌ ଆମ୍ୟୁଜ୍‌ମେଣ୍ଟ ପାର୍କଚେନ୍‌ ୱଣ୍ଡର୍ଲା ହଲିଡେଜ୍‌ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ପାର୍ବଣ ଉପହାର ଅଫରର ଶୁଭାରମ୍ଭ ସମ୍ପର୍କରେ...

ଷ୍ଟକ୍ ମାର୍କେଟରେ ହାହାକାର, ୧୮୦୦ ପଏଣ୍ଟ ହ୍ରାସ ପାଇଲା ସେନସେକ୍ସ: ନିବେଶକ ହରାଇଲେ ୧୦.୫୦ ଲକ୍ଷ କୋଟି

ମୁମ୍ବାଇ,୩।୧୦: ମଧ୍ୟପ୍ରାଚ୍ୟର ଭୀଷଣ ଯୁଦ୍ଧ ସ୍ଥିତିର ପ୍ରଭାବ ଶେୟାର ବଜାର ଉପରେ ଦେଖିବାକୁ ମିଳିଛି। ଫଳରେ ଘରୋଇ ତଥା ବିଦେଶୀ ପୁଞ୍ଜି ନିବେଶକାରୀମାନେ ଅତ୍ୟାଧିଅକ ଶେୟାର...

ଅରୁନ୍ଧତୀକୁ ଟାଇମ୍ସ ଆଇକନ୍‌ ଅଫ୍‌ ଓଡ଼ିଶା ଆଓ୍ବାର୍ଡ

ଭୁବନେଶ୍ୱର,୩।୧୦: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସକୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ‘ଟାଇମ୍ସ ଆଇକନ ଅଫ ଓଡିଶା ଆଓ୍ବାର୍ଡ’ରେ ସମ୍ମାନିତ କରାଯାଇଛି।...

ଗୁଆହାଟୀରେ ପତଞ୍ଜଳିର ଅତ୍ୟାଧୁନିକ ଓ୍ବେଲ୍‌ନେସ୍‌ ସେଣ୍ଟର

ନୂଆଦିଲ୍ଲୀ,୩।୧୦: ଦେଶର ଅଗ୍ରଣୀ ଘରୋଇ ପ୍ରତିଷ୍ଠାନ ତଥା ପତଞ୍ଜଳି ଯୋଗପୀଠର ଅତ୍ୟାଧୁନିକ ଓ୍ବେଲ୍‌ନେସ୍‌ ସେଣ୍ଟର ଆସାମର ଗୁଆହାଟୀଠାରେ ଉଦ୍‌ଘାଟିତ ହୋଇଯାଇଛି। ନର୍ଥ ଇଣ୍ଡିଆର ପ୍ରଥମ ଇଣ୍ଟଗ୍ରେଟେଡ୍‌...

୩୦,୦୦୦ରୁ କମ୍‌ ମୂଲ୍ୟରେ ୨ଲକ୍ଷରୁ ଅଧିକ ମୋବାଇଲ ବିକ୍ରି

ନୂଆଦିଲ୍ଲୀ,୩।୧୦: ପାର୍ବଣ ପୂର୍ବରୁ ଇ କର୍ମସ ପ୍ଲାଟ୍‌ଫର୍ମଗୁଡିକ ପକ୍ଷରୁ ଆକର୍ଷଣୀୟ ରିହାତି ସାଙ୍ଗକୁ ସ୍ବତନ୍ତ୍ର ସେଲ୍‌ ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ସେଲ୍‌ ଜରିଆରେ ପ୍ରଦାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri