ଇସ୍ରାଏଲ୍‌: ଦଳାଚକଟାରେ ୪୪ ମୃତ

ଜେରୁଜେଲମ, ୧।୫(ଆଇଏଏନ୍‌ଏସ୍‌): ଇସ୍ରାଏଲ୍‌ରେ ଗୁରୁବାର ମଧ୍ୟରାତ୍ରରେ ଏକ ଇହୁଦୀ ଉତ୍ସବ ପାଳନ ବେଳେ ଦଳାଚକଟା ଘଟି ୪୪ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୧୦୩ ଜଣ ଆହତ ହୋଇଥିବାବେଳେ କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଉତ୍ତର ଇସ୍ରାଏଲର ମାଉଣ୍ଟ ମେରୋନରେ ଅନୁଷ୍ଠିତ ଏହି ଉତ୍ସବରେ ଲକ୍ଷାଧିକ ଲୋକ ଯୋଗଦେଇଥିଲେ। ଇହୁଦୀ ଛୁଟିଦିନ ଲାଗ୍‌ ବାଓମେର ଅବସରରେ ପ୍ରତିବର୍ଷ ଏହି ଉତ୍ସବ ଅନୁଷ୍ଠିତ ହୋଇଥାଏ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଦଳାଚକଟା ଘଟଣାକୁ ବଡ଼ ବିପର୍ଯ୍ୟୟ ବୋଲି କହିବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Share