ଆମେରିକା ଚାପରେ ମତ ବଦଳାଇଲା ଇସ୍ରାଏଲ, ବିଳମ୍ବ ହୋଇପାରେ ଗାଜା ଅଭିଯାନ: ରିପୋର୍ଟ

ନୂଆଦିଲ୍ଲୀ,୨୫ା୧୦: ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ମିଳିତ ଜାତିସଂଘ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୟଙ୍କର ଯୁଦ୍ଧ ମଧ୍ୟରେ ଗାଜାରେ ଫସିଥିବା ଲୋକମାନଙ୍କ ନିକଟରେ ମାନବୀୟ ସହାୟତା ପହଞ୍ଚାଇବାକୁ ଯୁଦ୍ଧରେ ବିରାମ ଦେବାକୁ ଏକ ମତ ଦେଇଛନ୍ତି ଆମେରିକା ଏବଂ ଋଷିଆ।

ଦକ୍ଷିଣ ଗାଜାରେ ଇସ୍ରାଏଲ ସେନା ସ୍ଥଳଭାଗରେ ଏହାର ଅପରେସନ ଆରମ୍ଭ କରିବା ପରେ ଦୁଇ ପାଲେଷ୍ଟାଇନ ନାଗରିକ ମୃତ୍ୟୁ ବରଣ କରିଥିଲେ। ସେହିପରି ଅଲ ଜଜିରା ରିପୋର୍ଟ ଅନୁଯାୟୀ ଡ୍ରୋନ୍ ଆକ୍ରମଣରେ ୨୦ଜଣ ସାଧାରଣ ଲୋକେ ଆହତ ହୋଇଥିଲେ, ଯାହାକୁ ପରେ ଇସ୍ରାଏଲ ସ୍ପଷ୍ଟ କରିଥିଲା।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ‘ତାଙ୍କର ଦେଶ ସବୁ ସମୟରେ ଇସ୍ରାଏଲ ସହିତ ଛିଡ଼ା ହୋଇଛି, ତେବେ ଇସ୍ରାଏଲ ଏହାର ନିଷ୍ପତି ନିଜେ ନେଇପାରିବ।’ ସେହିଭଳି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟହୁ କହିଛନ୍ତି ଯେ, ଗାଜାରେ ତାଙ୍କର ସୈନ୍ୟ ଅପରେଶମନ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛି, ଏଥିପାଇଁ ନିଷ୍ପତି ଖୁବଶୀଘ୍ର ନିଆଯିବ। ଆତର୍କିତ ଆକ୍ରମଣ ପରେ ହମାସକୁ ମୂଳପୋଛ କରିବା ପାଇଁ ଇସ୍ରାଏଲ ଶପଥ ନେଇଛି।

Share