ହମାସ୍‌ ମୁଖ୍ୟଙ୍କୁ ଟାର୍ଗେଟ କଲେ ଇସ୍ରାଏଲ ସେନା

ଜେରୁଜେଲମ,୧୧।୧୦: ଇସ୍ରାଏଲ-ହମାସ୍‌ ମଧ୍ୟରେ ଚାଲିଥିବା ରକ୍ତାକ୍ତ ସଂଘର୍ଷ ନିକଟ ଭବିଷ୍ୟତରେ ଥମିବାର ସମ୍ଭାବନା ଦେଖାଯାଉ ନାହିଁ। ହମାସ ଦ୍ୱାରା ହୋଇଥିବା ଆକ୍ରମଣ ପରେ ଇସ୍ରାଏଲ ଲଗାତାର ଗାଜା ଉପରେ ବୋମାମାଡ଼ କରୁଛି। ଏହି ସମୟରେ, ଇସ୍ରାଏଲ ପ୍ରତିରକ୍ଷା ବାହିନୀ ବୁଧବାର ଅଲ ଫୁରକାନ ଅଞ୍ଚଳରେ ୨୦୦ରୁ ଅଧିକ ହମାସ୍‌ ଆଡ୍ଡାକୁ ଟାର୍ଗେଟ କରିଛି। ଟାଇମ୍ସ ଅଫ ଇସ୍ରାଏଲ ରିପୋର୍ଟ ଅନୁଯରୟୀ, ଇସ୍ରାଏଲ ବାୟୁସେନା ହମାସ୍‌ର ସାମରିକ ବିଭାଗର ମୁଖ୍ୟ ମହମ୍ମଦ ଦେଫଙ୍କ ବାପାଙ୍କ ଘରେ ବୋମା ମାଡ଼ କରିଛି। ଇସ୍ରାଏଲ ଉପରେ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ମହମ୍ମଦ ଦେଫଙ୍କୁ ବିବେଚନା କରାଯାଉଛି।

ତେବେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଫୁରକାନ ଅଞ୍ଚଳରେ ଏହା ହେଉଛି ସେମାନଙ୍କର ତୃତୀୟ ଏୟାର ଷ୍ଟ୍ରାଇକ। ଇସ୍ରାଏଲର ଯୁଦ୍ଧ ବିମାନ ହମାସର ୪୫୦ ଆଡ୍ଡା ଉପରେ ଆକ୍ରମଣ କରିଛନ୍ତି। ସେହିପରି ଆଇଡିଏଫ ଗାଜା ଅଞ୍ଚଳରେ ଲଗାତାର ଆକ୍ରମଣ ଜାରି ରହିଛି।

Share