ପିଲାଙ୍କୁ କରୋନା ଟିକା ଦେବାକୁ ଅନୁମତି ଦେଲା ଇସ୍ରାଏଲ

ଜେରୁଜେଲମ,୧୫ା୧୧: ବର୍ତ୍ତମାନ ୫ରୁ ୧୧ ବର୍ଷ ବୟସର ପିଲାମାନେ କରୋନା ଟିକା ନେଇପାରିବେ। ଏନେଇ ଇସ୍ରାଏଲର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ନଚ୍‌ମନ ଆୟଶ କହିଛନ୍ତି। ୫ରୁ ୧୧ବର୍ଷ ବୟସର ପିଲାମାନଙ୍କ କରୋନା ଟିକାକରଣ ପାଇଁ ଏକ ବିଶେଷଜ୍ଞ ପ୍ୟାନେଲର ସୁପାରିସକୁ ସେ ଅନୁମୋଦନ କରିଛନ୍ତି।

ମନ୍ତ୍ରଣାଳୟ ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ, ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମହାନିର୍ଦ୍ଦେଶକଙ୍କ ଦ୍ୱାରା ଅନୁମୋଦିତ ସୁପାରିସକୁ ବୁଧବାର ମନ୍ତ୍ରଣାଳୟର ପ୍ରତିରକ୍ଷା ପରାମର୍ଶଦାତା କମିଟି ଏବଂ ମହାମାରୀ ପ୍ରତିକ୍ରିୟା ଦଳ ଅନୁମୋଦନ କରିଛନ୍ତି। ମନ୍ତ୍ରଣାଳୟର ବିବୃତ୍ତିରେ କୁହାଯାଇଛି, ଏହି ବୟସର ପିଲାଙ୍କୁ ଟିକାକରଣ ଆରମ୍ଭ ତାରିଖ ଆସନ୍ତା ଦିନରେ ସ୍ଥିର ହେବ।

ଆୟଶ କହିଛନ୍ତି, ଅଧିକାଂଶ ବିଶେଷଜ୍ଞ ମତ ଦେଇଛନ୍ତି ଯେ; ଏହି ବୟସରେ ଟିକାକରଣ ଜରୁରୀ। ଏହାପୂର୍ବରୁ ଇସ୍ରାଏଲର ଜାତୀୟ କରୋନା ଭାଇରସ ସ୍ବାସ୍ଥ୍ୟ ବିଶେଷଜ୍ଞ ସଲମାନ ଜାର୍କା କହିଛନ୍ତି, ଏହି ସପ୍ତାହରେ ଇସ୍ରାଏଲରେ ପିଲାମାନଙ୍କୁ ଟିକା ଦିଆଯିବ।

Share