ଜେରୁଜେଲମ,୧୩।୧୦: ହମାସ ଆତଙ୍କବାଦୀଙ୍କ ଆକ୍ରମଣ ପରଠାରୁ ଇସ୍ରାଏଲ ଗାଜାରେ ହମାସ ସ୍ଥିତିକୁ କ୍ରମାଗତ ଭାବରେ ଟାର୍ଗେଟ କରିଆସୁଛି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ଦାବି କରିଛନ୍ତି ଯେ ସେ ହମାସ ଆତଙ୍କବାଦୀଙ୍କୁ ବାଛି ବାଛି ହଟାଇବେ। ଏହି ସମୟରେ, ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଗାଜାର ହମାସ କ୍ୟାମ୍ପରେ ପ୍ରବେଶ କରିଛି ଏବଂ ସେମାନଙ୍କ ନିକଟରେ ବନ୍ଦୀ ଥିବା ୨୫୦ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛି। ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି।
ଇସ୍ରାଏଲ ସେନାର ‘ଶାୟେତ ୧୩’ ୟୁନିଟ ସାହସିକତା ପ୍ରଦର୍ଶନ କରି ସୁଫା ପୋଷ୍ଟ ଉପରେ ଆକ୍ରମଣ କରିଥିଲା। ଏହି ସମୟ ମଧ୍ୟରେ ୬୦ହମାସ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିଲେ। ଆଇଡିଏଫ କହିଛି ଯେ ହମାସ ଦ୍ୱାରା ୨୫୦ ଇସ୍ରାଏଲ ଲୋକଙ୍କୁ ବନ୍ଦୀ କରାଯାଇଥିଲା, ଯେଉଁମାନଙ୍କୁ ହବାସ କ୍ୟାମ୍ପରେ ପ୍ରବେଶ କରି ଉଦ୍ଧାର କରାଯାଇଥିଲା।
୬୦ରୁ ଅଧିକ ହମାସ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ସେନା ଦାବି କରିଛି। କେବଳ ଏତିକି ନୁହେଁ ୨୬ ଆତଙ୍କବାଦୀ ଜୀବନ୍ତ ଧରାପଡିଛନ୍ତି। ଏହା ହେଉଛି ଇସ୍ରାଏଲ ସେନା ହାସଲ କରିଥିବା ସବୁଠାରୁ ବଡ ବିଜୟ। ହମାସ ସାଉଥ ନାଭାଲ ଡିଭିଜନର ଡେପୁଟି କମାଣ୍ଡର ମହମ୍ମଦ ଅବୁ ଅଲିଙ୍କୁ ମଧ୍ୟ ଜୀବନ୍ତ କାବୁ କରିଛି।