ଭାରତରୁ ଏକ ଲକ୍ଷ ଶ୍ରମିକ ମଗାଇଲା ଇସ୍ରାଏଲ, ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ ?’

ନୂଆଦିଲ୍ଲୀ,୬।୧୧: ହମାସ ସହିତ ଯୁଦ୍ଧ ମଧ୍ୟରେ ଭାରତକୁ ସାହାଯ୍ୟ ମାଗିଛି ଇସ୍ରାଏଲ। ଦେଶରୁ ପାଲେଷ୍ଟାଇନ ଶ୍ରମିକ ଯିବା ପରେ ଭାରତରୁ ଏକ ଲକ୍ଷ ଶ୍ରମିକ ମାଗିଛି ଇସ୍ରାଏଲ। ବର୍ତ୍ତମାନ ଇସ୍ରାଏଲରେ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଏକ ଲକ୍ଷ ପାଲେଷ୍ଟାଇନ ଶ୍ରମିକଙ୍କୁ ଭାରତୀୟ ଶ୍ରମିକମାନେ ପରିବର୍ତନ କରିବେ। ଚଳିତ ବର୍ଷ ମେ ମାସରେ ୪୨ ହଜାର ଭାରତୀୟ ଶ୍ରମିକଙ୍କୁ ଇସ୍ରାଏଲରେ କାର୍ଯ୍ୟ କରିବାକୁ ସରକାର ଅନୁମତି ଦେଇଥିଲେ।

ଇସ୍ରାଏଲରେ ହଜାର ହଜାର ପାଲେଷ୍ଟାଇନ କର୍ମଚାରୀଙ୍କ ପାଇଁ କାମ କରିବାର ଅନୁମତି ବାତିଲ କରିବା ପରେ ଇସ୍ରାଏଲର ନିର୍ମାଣ କ୍ଷେତ୍ରକୁ ଭାରତରୁ ବହୁ ସଂଖ୍ୟକ ଶ୍ରମିକ ଇସ୍ରାଏଲରେ ଶ୍ରମ ଅଭାବକୁ ପୂରଣ କରିବାର ଚର୍ଚ୍ଚା ଜୋର ଧରିଛି। ଅକ୍ଟୋବର ୭ ରୁ ଆରମ୍ଭ ହୋଇଥିବା ଇସ୍ରାଏଲ-ହାମାସ ବିବାଦ ପରଠାରୁ ଇସ୍ରାଏଲରେ ବିଭିନ୍ନ ଶିଳ୍ପ ଉପରେ ଏହାର ପ୍ରଭାବ ପଡିଛି।

ରିପୋର୍ଟ ଅନୁଯାୟୀ ଇସ୍ରାଏଲି ବିଲଡର୍ସ ଆସୋସିଏସନ ଭାରତରୁ ଏକ ଲକ୍ଷ ଶ୍ରମିକ ମଗାଇବା ପାଇଁ ସରକାରଙ୍କୁ ଅନୁମତି ମାଗିଛି। ଏନେଇ ଇସ୍ରାଏଲି ବିଲଡର୍ସ ଆସୋସିଏସନର ଉପ ସଭାପତି ହେମ୍ ଫାଇଗ୍ଲୀନ କହିଛନ୍ତି ଭାରତ ସରକାରଙ୍କ ସହିତ ଚାଲିଥିବା ଆଲୋଚନା ଅମଧ୍ୟରେ ଇସ୍ରାଏଲ ସରକାରଙ୍କ ଅନୁମତିକୁ ଆମେ ଅପେକ୍ଷା କରିଛୁ। ତେବେ ଭାରତରୁ ୫୦ ହଜାରରୁ ୧ ଲକ୍ଷ ଶ୍ରମିକ ଆଣିବା ଆମ ଲକ୍ଷ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri