ଇସ୍ରାଏଲ ଉପରେ ଆକ୍ରମଣ କରିଥିବା ମାଷ୍ଟରମାଇଣ୍ଡ ବ୍ରିଟେନର ନାଗରିକ

ଲଣ୍ଡନ,୨୨।୧୦: ଇସ୍ରାଏଲ ଉପରେ ଆକ୍ରମଣ କରିଥିବା ମାଷ୍ଟର ମାଇଣ୍ଡ ତଥା ପାଲେଷ୍ଟାଇନର ଆତଙ୍କବାଦୀ ସଙ୍ଗଠନ ହମାସର ମୁଖ୍ୟ ଆତଙ୍କବାଦୀ ମହମ୍ମଦ କାଶିମ ସଓ୍ବାଲହା ଲଣ୍ଡନରେ ଏକ ଫ୍ଲାଟରେ ରହୁଛନ୍ତି। ଯାହାକି ସେ କିଛି ବର୍ଷ ପୂର୍ବେ ସ୍ଥାନୀୟ ବର୍ଣ୍ଣେଟ କାଉନସିଲରୁ କିଣିଥିଲେ। ବ୍ରିଟିଶ ନାଗରିକ ହୋଇସାରିଥିବା ଏହି ପାଲେଷ୍ଟାଇନ ଆତଙ୍କବାଦୀ ନିଜେ ବ୍ରିଟେନରୁ ଷଡଯନ୍ତ୍ର କରୁଛନ୍ତି। ବ୍ରିଟିଶ ଗୁପ୍ତଚର ଏଜେନ୍ସି ଏମଆଇ-୫ଙ୍କ ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ ତାଙ୍କୁ ଅଟକାଇବା ପାଇଁ କୌଣସି କାର୍ଯ୍ୟ କରାଯାଇ ନ ଥିଲା।
ଦି ସନଡେ ଟାଇମ୍ସର ରିପୋର୍ଟରେ ଦର୍ଶାଯାଇଛି ଯେ ୬୨ ବର୍ଷିୟ ମହମ୍ମଦ କାଶିମ ସୱାଲହା ପାଲେଷ୍ଟାଇନ ଦଖଲ କରିଥିବା ଗାଜା ଛାଡି ୧୯୯୦ ଦଶକରେ ବ୍ରିଟେନକୁ ଆସିଥିଲେ। ତା’ପରେ ଇସ୍ରାଏଲର ସୁରକ୍ଷା ଏଜେନ୍ସିମାନଙ୍କ ଆଖିରେ ଧୂଳି ପକାଇ ସେ ତାଙ୍କର ଜଣେ ସମ୍ପର୍କୀୟଙ୍କ ପାସପୋର୍ଟରେ ବ୍ରିଟେନକୁ ଆସିଥିଲେ। ଏଠାକୁ ଆସିବା ପରେ ସେ ବ୍ରିଟିଶ ନାଗରିକତ୍ୱ ମଧ୍ୟ ହାସଲ କରିଥିଲେ। ୨୦୦୦ ମସିହା ଆରମ୍ଭରେ ସେ ଏକ ବ୍ରିଟିଶ ପାସପୋର୍ଟ ପାଇଥିଲେ।
୨୦୦୪ ରେ, ଆମେରିକାର ନ୍ୟାୟ ବିଭାଗ ସୂଚାଇ ଦେଇଛି ଯେ ମହମ୍ମଦ କାଶିମ ସୱାଲହା ଇସ୍ରାଏଲ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ଆର୍ଥିକ ସହାୟତା ଦେଉଛନ୍ତି। ଏହି ଅଭିଯୋଗ ସତ୍ତ୍ୱେ ସେ ଲଣ୍ଡନରେ ରହୁଥିବାବେଳେ ହମାସ ପାଇଁ କାର୍ଯ୍ୟ ଜାରି ରଖିଥିଲେ।

Share