ସିରିଆ ଉପରେ ଏୟାର ଷ୍ଟ୍ରାଇକ୍‌ କଲା ଇସ୍ରାଏଲ

ଜେରୁଜେଲମ୍‌,୧୪।୫: ରୁଷିଆ ଓ ୟୁକ୍ରେନ ଭିତରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ମଧ୍ୟ ନିଜ ପଡ଼ୋଶୀ ଦେଶ ସିରିଆ ଉପରେ ଏୟାର ଷ୍ଟ୍ରାଇକ୍‌ କରିଛି। ଶୁକ୍ରବାର ଇସ୍ରାଏଲରୁ ଯୁଦ୍ଧ ବିମାନ ସିରିଆ ଭିତରେ ପଶି ଗୁରୁତ୍ୱପୂର୍ଣ୍ଣ ସୈନ୍ୟଙ୍କ ଠିକଣା ଉପରେ ମିଶାଇଲ ଆକ୍ରମଣ କରିଛି। ଏହି ଆକ୍ରମଣରେ ସିରିଆର ୫ଜଣ ଲୋକ ପ୍ରାଣ ହରାଇଛନ୍ତି। ଏନେଇ ଶନିବାର ସିରିଆ ସରକାରୀ ଗଣମାଧ୍ୟମ ଏଜେନ୍ସୀ ପକ୍ଷରୁ ସୂଚନା ଦିଆଯାଇଛି। ସରିଆ ସେନାର ଅସ୍ତ୍ରଶସ୍ତ୍ର ଡିପୋ ଓ ମାସିଆଫରେ ଇରାନୀ ମିଲିସିଆର ଠିକଣା ଉପରେ ଇସ୍ରାଏଲ ଟାର୍ଗେଟ କରିଥିଲା। ଇସ୍ରାଏଲର ବାୟୁସେନା ପକ୍ଷରୁ ଉକ୍ତ ଦେଶରେ ଅତିକମ୍‌ରେ ୮ଟି ମିଶାଇଲ୍‌ ଆକ୍ରମଣ କରିଛି। ଏଥିରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣ ଯୋଗୁ ସିରିଆକୁ ଅନେକ କ୍ଷତି ସହିବାକୁ ପଡ଼ିଛି। ଅନେକ ଚାଷ ଜମିରେ ନିଆଁ ଲାଗିଯାଇଥିବାରୁ ଖାଦ୍ୟଶସ୍ୟ ନଷ୍ଟ ହୋଇଯାଇଥିବା ସୂଚନା ରହିିଛି।

Share