ପୂର୍ବ ଲେବାନନ୍‌ ଉପରେ ଇସ୍ରାଏଲର ଆକ୍ରମଣ: ୫ ପାଲେଷ୍ଟାଇନ ଆତଙ୍କବାଦୀ ନିହତ, ୧୦ ଆହତ

ସିରିଆ,୩୧ା୫: ବୁଧବାର ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ୫ ଜଣ ପାଲେଷ୍ଟାଇନ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଥିବା ଗୋଷ୍ଠୀର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଲିବରେସନ୍‌ ଅଫ୍‌ ପାଲେଷ୍ଟାଇନ-ଜେନେରାଲ କମାଣ୍ଡର ଅନଓ୍ବର୍‌ ରାଜା କହିଛନ୍ତି, ଇସ୍ରାଏଲ ଆକ୍ରମଣ ସିରିଆ ସୀମା ନିକଟ ପୂର୍ବ ଲେବାନନ କୁସାୟା ସହରରେ ଚେକପଏଣ୍ଟକୁ ଟାର୍ଗେଟ କରିଛି। ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା ସେ କହିଛନ୍ତି।

ଉଭୟ ଦେଶରେ ଲେବାନନ-ସିରିଆ ସୀମାରେ ପିଏଫ୍‌ଏଲ୍‌ପି-ଜିସିର ସୈନ୍ୟମାନେ ଉପସ୍ଥିତି ରହିଛନ୍ତି। ଏହି ଗୋଷ୍ଠୀ ଅତୀତରେ ଇସ୍ରାଏଲ ଉପରେ ମଧ୍ୟ ଆକ୍ରମଣ କରିଥିଲା।

Share