ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ବୋମା ମାଡ଼, ୫୦ ମୃତ, ୧୫୦ ଆହତ

ଜେରୁଜେଲମ,୧।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି, ଯେଉଁଥିରେ ବର୍ତ୍ତମାନ ପର୍ଯ୍ୟନ୍ତ ସାଢେ ନଅ ହଜାରରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। ଏହି ସମୟରେ ପାଲେଷ୍ଟାଇନର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଉତ୍ତର ଗାଜାରେ ଥିବା ଜବାଲିଆ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲ ଆକ୍ରମଣ କରିଛି। ଏହି ଆକ୍ରମଣରେ ୫୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତେବେ ଏ ପର୍ଯ୍ୟନ୍ତ ଏହି ଆକ୍ରମଣ ସମ୍ପର୍କରେ ଇସ୍ରାଏଲ ପକ୍ଷରୁ କୌଣସି ବିବୃତ୍ତି ଆସିନାହିଁ। ଏଥି ସହିତ ହମାସ ଆତଙ୍କବାଦୀମାନେ ଗାଜାରେ ଇସ୍ରାଏଲ ସୈନିକମାନଙ୍କୁ ମଧ୍ୟ ହତ୍ୟା କରିଛନ୍ତି। ଆପଣଙ୍କୁ କହିରଖୁଛୁ ଯେ, ଅପହରଣ ଓ ହତ୍ୟା ବିରୋଧରେ ଇସ୍ରାଏଲ ଲୋକମାନେ ଅନ୍ତର୍ଜାତୀୟ ଅପରାଧିକ କୋର୍ଟରେ ଆବେଦନ କରିଛନ୍ତି।

Share