ହମାସ୍‌ ନେତାଙ୍କ ଘର ଉଡ଼ାଇଦେଲା ଇସ୍ରାଏଲ

ଇସ୍ରାଏଲୀ ସୈନ୍ୟମାନେ ହମାସ୍‌ ନେତା ଇସ୍‌ମାଇଲ ହାନିୟେଙ୍କ ଗାଜାସ୍ଥିତ ଘରକୁ ବିସ୍ଫୋରଣରେ ଉଡ଼ାଇ ଦେଇଛନ୍ତି। ବିସ୍ଫୋରଣରେ ତାଙ୍କ ବାସଭବନ ଧ୍ୱସ୍ତବିଧ୍ୱସ୍ତ ହେବାବେଳର ଭିଡିଓକୁ ସେମାନେ ଶେୟାର କରିଛନ୍ତି।
ହାନିୟେ ହେଉଛନ୍ତି ହମାସ୍‌ର ପଲିଟିକାଲ ବ୍ୟୁରୋ ମୁଖ୍ୟ, ଯାହାଙ୍କୁ ସଙ୍ଗଠନର ସବୁଠୁ ଉଚ୍ଚ ପଦାଧିକାରୀ ବିବେଚନା କରାଯାଇଥାଏ। ତାଙ୍କ ଘରକୁ ଆତଙ୍କବାଦର ଭିତ୍ତିଭୂମି ରୂପେ ବ୍ୟବହାର କରାଯାଉଥିଲା। ଇସ୍ରାଏଲୀ ନାଗରିକ ଏବଂ ଆଇଡିଏଫ୍‌ ସୈନ୍ୟଙ୍କୁ ହତ୍ୟା ପାଇଁ ସେଠାରୁ ନିର୍ଦ୍ଦେଶ ଦିଆଯାଉଥିଲା ବୋଲି ଇସ୍ରାଏଲ ଦାବି କରିଛି। ହାନିୟେ ୧୯୯୦ ଦଶକର ଶେଷଭାଗରେ ଚର୍ଚ୍ଚାକୁ ଆସିଥିଲେ। ସେ ୨୦୦୬ରେ ହମାସ୍‌ର ବିଜୟ ପରେ ପାଲେଷ୍ଟାଇନ୍‌ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିଲେ।

Share