ଇସ୍ରାଏଲ-ହମାସ ଯୁଦ୍ଧ: ମନ ପସନ୍ଦ ଖେଳନା ସହିତ ମା’ ପାଖରେ ସମାଧି ନେଲା ପୁଅ, ଯୁଦ୍ଧରେ ଗୋଡ଼ ହରାଇଲେ ବାପା

ନୂଆଦିଲ୍ଲୀ,୨୫/୧୦: ଇସ୍ରାଏଲ ଏହାର ୭୫ ବର୍ଷର ଇତିହାସରେ ବର୍ତ୍ତମାନ ଭୟଙ୍କର ସ୍ଥିତି ଦେଇ ଗତି କରୁଛି। ପାଲେଷ୍ଟାଇନ ଆତଙ୍କୀ ସଂଗଠନ ହମାସ ସହିତ ୧୯ ଦିନ ଧରି ଯୁଦ୍ଧ ଲାଗି ରହିଛି। ଏହି ଯୁଦ୍ଧରେ ଅନେକ ପରିବାର ଶେଷ ହୋଇଯାଉଥିବା ବେଳେ ଅନେକ ଶିଶୁ ମୃତ୍ୟୁ ବରଣ କରିଛନ୍ତି। ଯୁଦ୍ଧରେ ଅନେକ ଭିତ୍ତିଭୂମି ନଷ୍ଟ ହେଉଛି, ଏକା ସାଙ୍ଗରେ ମା’ ଏବଂ ପୁଅର ଜୁଇ ମଧ୍ୟ ଜଳିଛି। ଗତ ସପ୍ତାହରେ ହମାସର ଆକ୍ରମଣରେ ଉଭୟେ ମୃତ୍ୟୁ ବରଣ କରିଥିଲେ।

୭ ଅକ୍ଟୋବରରେ ହମାସ ଆକ୍ରମଣରେ ଆବିଦା କାର୍ମଲଙ୍କ ପରିବାର ଶେଷ ହୋଇଯାଇଥିଲା। ତାଙ୍କର ୧୫ ବର୍ଷୀୟ ପୁଅ କାର୍ମଲ ବାଉଚର ଏବଂ ତାଙ୍କର ସ୍ତ୍ରୀ ଡାନାଙ୍କ ମୃତ୍ୟୁ ହୋଇଯାଇଥିଲା। ଅନ୍ୟପଟେ ଆବିଦା ଯୁଦ୍ଧରେ ତାଙ୍କର ଗୋଡ଼ ହରାଇଛନ୍ତି। ମଙ୍ଗଳବାର ପରିବାର, ବନ୍ଧୁ ଏବଂ ଆତ୍ମୀୟମାନେ ମା’-ପୁଅଙ୍କର ଅନ୍ତିମ ସତ୍କାର କରିଥିଲେ।

ଏହି ସମୟର ଦୃଶ୍ୟ ଖୁବ ଭାବବିହ୍ୱଳ ଥିଲା। ପରିବାର ଲୋକେ ପୁଅ ସହିତ ତାର ମନ ପସନ୍ଦ ଖେଳନା(ସର୍ଫବୋର୍ଡ)କୁ ସମାଧି ଦେଇଥିଲେ। ହ୍ୱିଲ୍ ଚେୟାର ଉପରେ ବସି ଆବିଦା ନିଜର ସ୍ତ୍ରୀ ଏବଂ ପୁଅକୁ ବିଦାୟ ଦେଇଥିଲେ।

୭ ଅକ୍ଟୋବର ସକାଳୁ ହମାସ ଗାଜା ପଟିରୁ ଇସ୍ରାଏଲ ଉପରକୁ ୫୦୦୦ ରୁ ଅଧିକ ରକେଟ ମାଡ଼ କରିଥିଲା। ଏହା ସହିତ ହାମାସର ଯବାନ ମାନେ ସୁଡ଼ଙ୍ଗ ଖୋଲି ଘାତ ଲଗାଇ ଆକ୍ରମଣ କରିଥିଲେ। ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୬,୫୦୦ ରୁ ଅଧିକ ଲୋକେ ମୃତ୍ୟୁ ବାରଣ କରିଛନ୍ତି। ଏବେ ମଧ୍ୟ ହମାସ ୧୫୦ ଲୋକଙ୍କୁ ବନ୍ଧକ ରଖିଛନ୍ତି। ଏହାପରେ ଇସ୍ରାଏଲ ଗାଜା ଉପରେ ଜବାବି ଆକ୍ରମଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri