ଅଲ-ଶିଫା ହସ୍ପିଟାଲ ଉପରେ ବୁଲଡୋଜର ଚଳାଇଲା ଇସ୍ରାଏଲ

ଗାଜା,୧୬।୧୧: ଇସ୍ରାଏଲ ସେନା ଗାଜାର ସର୍ବବୃହତ ଅଲ-ଶିଫା ହସ୍ପିଟାଲ ଉପରେ ନିୟନ୍ତ୍ରଣ ହାସଲ କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) କହିଛି ହସ୍ପିଟାଲର ତଳ ମହଲାରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି। ଇସ୍ରାଏଲ ସେନା ଅନୁଯାୟୀ ହସ୍ପିଟାଲର ଅନେକ ସ୍ଥାନରେ ଆତଙ୍କବାଦୀମାନେ ଥାଇପାରନ୍ତି। ଏହି କାରଣରୁ, ପ୍ରତ୍ୟେକ ଅଞ୍ଚଳ ତନ୍ନତନ୍ନ କରି ଖୋଜାଯାଉଛି। ତେଣୁ ଏହି ହସ୍ପିଟାଲରେ ଥିବା ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ପଠାଇ ଦିଆଯାଇଛି। ଏହା ସହିତ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଛି। ଇସ୍ରାଏଲ ସେନା ଅନୁଯାୟୀ, ହମାସର ସୁଡଙ୍ଗ ଏହି ହସ୍ପିଟାଲରେ ରହିଛି। ତେବେ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରିବା ପରେ ଆତଙ୍କବାଦୀଙ୍କ ଅଧିକ ତଦନ୍ତ ପାଇଁ ହସ୍ପିଟାଲ ଉପରେ ବୁଲଡୋଜର ଚଳା ଯାଇଛି।

Share