ହମାସର ପକ୍ଷ ନେବା ଉପରେ ଜାତିସଂଘ ମହାସଚିବଙ୍କ ଉପରେ ବର୍ଷିଲା ଇସ୍ରାଏଲ, କହିଲା ତୁରନ୍ତ ଇସ୍ତଫା ଦିଅନ୍ତୁ

ଜେରୁଜେଲମ,୨୫।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ବିବାଦ ଆରମ୍ଭ ହେବାର ୧୯  ଦିନ ହେବ।  ଏହି ଆକ୍ରମଣରେ ମୃତ୍ୟୁସଂଖ୍ୟା ୭ ହଜାର ଅତିକ୍ରମ କରିଛି। ଏହି ଯୁଦ୍ଧ ଉପରେ ସମଗ୍ର ବିଶ୍ୱ ନଜର ରଖିଛି। ମିଳିତ ଜାତିସଂଘରେ ମଧ୍ୟ ଏହି ଯୁଦ୍ଧ ବିଷୟରେ ଆଲୋଚନା ହେଉଛି। ତେବେ ମଙ୍ଗଳବାର ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ହୋଇଥିବା ଆଲୋଚନାରେ କିଛି ଅଲଗା ଘଟଣା ଘଟିଛି। ଆଲୋଚନା ମଧ୍ୟରେ ଇସ୍ରାଏଲର ରାଷ୍ଟ୍ରଦୂତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ଉପରେ ବର୍ଷିଛନ୍ତି। ସେ ତାଙ୍କ ଇସ୍ତଫା ଦାବି କରିଛନ୍ତି।

ମିଳିତ ଜାତିସଂଘରେ ଇସ୍ରାଏଲର ରାଷ୍ଟ୍ରଦୂତ ଗିଲାଦ ଏର୍ଦାନ ଗୁଟେରସଙ୍କୁ ତୁରନ୍ତ ଇସ୍ତଫା ଦେବାକୁ କହିଛନ୍ତି। ଏର୍ଦାନ କହିଛନ୍ତି ଯେ ଜାତିସଂଘର ମହାସଚିବ ଶିଶୁ, ମହିଳା ଏବଂ ବୃଦ୍ଧାବୃଦ୍ଧଙ୍କ ହତ୍ୟାକାଣ୍ଡ ସମ୍ପର୍କରେ ଯେଉଁ ବୁଝାମଣା  ଦେଖାଇଛନ୍ତି ତାହା ମିଳିତ ଜାତିସଂଘର ନେତୃତ୍ୱ ନେବା ପାଇଁ ଉପଯୁକ୍ତ ନୁହେଁ। ମୁଁ ତୁରନ୍ତ ତାଙ୍କ ଇସ୍ତଫା ଦାବି କରୁଛି।

 

 

Share