ଚାଇନାରେ ଇସ୍ରାଏଲ କୂଟନୀତିଜ୍ଞଙ୍କ ଉପରେ ମରଣାନ୍ତକ ଆକ୍ରମଣ

ବେଜିଂ,୧୩।୧୦: ଚାଇନା ରାଜଧାନୀ ବେଜିଂରେ ଜଣେ ଇସ୍ରାଏଲ କୂଟନୀତିଜ୍ଞଙ୍କ ଉପରେ ଶୁକ୍ରବାର ମରଣାନ୍ତକ ଆକ୍ରମଣ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇସ୍ରାଏଲର କୂଟନୀତିଜ୍ଞଙ୍କୁ ଛୁରୀରେ ଆକ୍ରମଣ ହୋଇଛି ଏବଂ ପୀଡିତ କୂଟନୀତିଜ୍ଞଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯେଉଁଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ବର୍ତ୍ତମାନ ଏହି ଆକ୍ରମଣର କାରଣ ଜଣାପଡିନାହିଁ। ଚାଇନା ପୋଲିସ ଦ୍ୱାରା ଏହାର ତଦନ୍ତ କରାଯାଉଛି।

ଗୋଟିଏ ପଟେ ଇସ୍ରାଏଲ ଏବଂ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଏକ ଯୁଦ୍ଧ ଚାଲିଛି ଏବଂ ଏହି କାରଣରୁ ସମଗ୍ର ମଧ୍ୟ ପୂର୍ବରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏପରି ସମୟରେ ବେଜିଂରେ ଇସ୍ରାଏଲର କୂଟନୀତିଜ୍ଞଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣକୁ ନେଇ ଅନେକ ଗୁରୁତର ପ୍ରଶ୍ନ ଉଠିଛି।

Share