ବଢିଲା ନେତନ୍ୟାହୁଙ୍କ ସମସ୍ୟା, ଭାଙ୍ଗିଲା ଇସ୍ରାଏଲ ସାଂସଦ

ଜେରୁଜେଲମ,୩ ।୧୨: ଇସ୍ରାଏଲରେ ଭ୍ରଷ୍ଟାଚାର ଅଭିଯୋଗର ସାମ୍ନା କରୁଥିବା ପ୍ରଧାନମନ୍ତ୍ରୀ ବେନଜାମିନ ନେତନ୍ୟାହୁଙ୍କ ସମସ୍ୟା ଆହୁରି ବଢିଯାଇଛି । ବୁଧବାର ଇସ୍ରାଏଲ ସାଂସସ ସଂସଦ ଭାଙ୍ଗିବା ପ୍ରସ୍ତାବକୁ ପ୍ରାଥମିକ ଭୋଟ ଜରିଆରେ ଅନୁମୋଦନ ଦେଇଛନ୍ତି । ଏହାଦ୍ୱାରା ଦେଶ ୨ ବର୍ଷରୁ କମ୍ ସମୟ ମଧ୍ୟରେ ସାଧାରଣ ନିର୍ବାଚନର ନିକଟତର ହୋଇଛି । ସଂସଦ ଭାଙ୍ଗିବା ସହ ନେତନ୍ୟାହୁଙ୍କ ଶାସକ ଦଳ ଲିକୁଡ ପାର୍ଟି ଓ ବେନି ଗେଂଜତର ବ୍ଲୁ ଆଣ୍ଡ ହ୍ୱାଇଟ ପାର୍ଟି ମଧ୍ୟରେ ଅସସ୍ତୁଳିତ ମେଣ୍ଟ ବି ଭାଙ୍ଗି ଯାଇଛି କହିଲେ ଚଳେ । ସୂଚନାଯୋଗ୍ୟ, ନୌସେଟ(ଇସ୍ରାଏଲ ସଂସଦ) ଭଙ୍ଗ ପ୍ରସ୍ତାବ ବିରୋଧିଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିଲା । ହେଲେ ସରକାରରେ ସାମିଲ ଥିବା ବ୍ଲୁ ଆଣ୍ଡ ହ୍ୱାଇଟ ପାର୍ଟିର ସାଂସଦମାନେ ଏହାକୁ ସମର୍ଥନ କରିବା କାରଣୁ ୧୨୦ ସଦସ୍ୟ ବିଶିଷ୍ଟ ସଂସଦରେ ୬୧-୫୪ଭୋଟ ସହ ଅନୁମୋଦନ ପାଇ ଯାଇଥିଲା ।

Share