ଇସ୍ରାଏଲରେ ଭୋଟ ଗଣନା ଜାରି, ନେତନ୍ୟାହୁଙ୍କୁ ମିଳିପାରେ ସ୍ପଷ୍ଟ ବହୁମତ, ପୁଣିଥରେ ହୋଇପାରନ୍ତି ପ୍ରଧାନମନ୍ତ୍ରୀ

ଜେରୁଜେଲମ,୩ ।୧୧: ଇସ୍ରାଏଲର ସାଧାରଣ ନିର୍ବାଚନରେ ରାଜନୈତିକ ଦଳ ‘ଲିକୁଡ’କୁ ସ୍ପଷ୍ଟ ବହୁମତ ମିଳିବ ବୋଲି ଆଶା କରାଯାଉଛି । ଏବେ ପର୍ଯ୍ୟନ୍ତ ପ୍ରାୟ ୯୦ ପ୍ରତିଶତ ଭୋଟ ଗଣତି ସରିଛି ଓ ଏଥିରୁ ଅନୁମାନ କରାଯାଉଛି କି ବେନଜାମିନ ନେତନ୍ୟାହୁ ପୁଣିଥରେ ଇସ୍ରାଏଲର ଶାସନ ଭାର ସମ୍ଭାଳିବେ ।
ମିଳିଥିବା ସୂଚନା ଅନୁଯାୟୀ, ସାଧାରଣ ନିର୍ବାଚନରେ ୧୨୦ ସଦସ୍ୟ ବିଶିଷ୍ଟ ଇସ୍ରାଏଲ ସଂସଦରେ ନେତନ୍ୟାହୁଙ୍କ ଦଳକୁ ୬୫ ଆସନ ସହ ସ୍ପଷ୍ଟ ବହୁମତ ମିଳିପାରେ । ମିଡିଆ ରିପୋର୍ଟ ଅନୁଯାୟୀ, ୯୦ ପ୍ରତିଶତ ଭୋଟ ଗଣନା ପରେ ନେତନ୍ୟାହୁ ପ୍ରଧାନମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି ।
୮୮.୬ ପ୍ରତିଶତ ଭୋଟ ଗଣତି ପରେ ଲିକୁଡ ପାର୍ଟିକୁ ୩୨, ୟେଶ ଅତିଦକୁ ୨୪, ଆରଜେଡପିକୁ ୧୪, ନ୍ୟାଶନାଲ ୟୁନିଟି ପାର୍ଟିକୁ ୧୨, ଶାସକୁ ୧୧ ଆସନ ମିଳିଛି । ଭୋଟ ଗଣତି ପୂର୍ବରୁ ଏକଜିଟ ପୋଲ ଅନୁମାନ ଲଗାଇଥିଲା କି ନେତନ୍ୟାହୁଙ୍କ ଦଳ ଲିକୁଡର ମେଣ୍ଟକୁ ପ୍ରାୟ ୬୫ ଆସନ ମିଳିପାରେ ।

Share