ହମାସ ରକ୍ତାକ୍ତ ଖେଳର ପର୍ଦ୍ଦାଫାଶ୍‌ କଲା ଇସ୍ରାଏଲ: ଅଲ୍‌ ଶିଫା ହସ୍ପିଟାଲରେ ୫୫ ମିଟର ଲମ୍ବ ସୁଡ଼ଙ୍ଗ,ଦେଖନ୍ତୁ ଭିଡିଓ……

ଜେରୁଜେଲମ,୨୦।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିଛି, ଯେଉଁଥିରେ ୧୧ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଇସ୍ରାଏଲ ଅଲ୍‌ ଶିଫା ହସ୍ପିଟାଲରେ ମିଳୁଥିବା ୫୫ ମିଟର ଲମ୍ବ ସୁଡ଼ଙ୍ଗରୁ ହମାସର ରକ୍ତାକ୍ତ ଖେଳ ଉପରୁ ପର୍ଦ୍ଦା ହଟିଛି। ଏନେଇ ଆଇଏଫର ଭିଡିଓ ପ୍ରକାଶ ପାଇଛି।

ରବିବାର ଇସ୍ରାଏଲ ସୈନିକମାନେ ଅଲ-ଶିଫା ହସ୍ପିଟାଲ ବିଷୟରେ ଏକ ବଡ଼ ସୂଚନା ଦେଇଛନ୍ତି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଏବଂ ଇସ୍ରାଏଲ ସିକ୍ୟୁରିଟି ଅଥରିଟି (ଆଇଏସଏ) ପ୍ରକାଶ କରିଛି ହମାସ ହସ୍ପିଟାଲରେ ୫୫ ମିଟର ଲମ୍ବ ସୁଡ଼ଙ୍ଗ ନିର୍ମାଣ କରିଥିଲା। ହମାସ ଡାକ୍ତରଖାନା ତଳେ ଏକ କମାଣ୍ଡ ଏବଂ କଣ୍ଟ୍ରୋଲ ସେଣ୍ଟର ସ୍ଥାପନ କରିଥିଲର। ଆତଙ୍କବାଦୀମାନେ ଏହି ସ୍ଥାନରୁ ଇସ୍ରାଏଲ ସେନାକୁ ଟାର୍ଗେଟ କରୁଥିଲେ।

ଗାଜା ଷ୍ଟ୍ରିପରେ ଥିବା ଅଲ୍‌ ଶିଫା ହସ୍ପିଟାଲରେ ଇସ୍ରାଏଲ ସୈନିକମାନଙ୍କ ଦ୍ୱାରା ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଇସ୍ରାଏଲ ଦାବି କରିଛି ହମାସ ଶିଫା ହସ୍ପିଟାଲର ରୋଗୀଙ୍କୁ ମାନବ ଢାଲ ଭାବରେ ବ୍ୟବହାର କରୁଛି। ଏଥି ସହିତ ହମାସ କହିଛି ଇସ୍ରାଏଲ ସୈନିକମାନେ ନିରୀହ ପାଲେଷ୍ଟାଇନୀୟମାନଙ୍କ ଉପରେ ଆକ୍ରମଣ କରୁଛନ୍ତି।

 

 

Share