ନୂଆବର୍ଷରେ ବି ହମାସ୍‌କୁ ଛାଡ଼ିଲାନି ଇସ୍ରାଏଲ, ୨୦ ରକେଟ୍‌ କଲା ମାଡ଼

ଜେରୁଜେଲମ୍‌,୧ା୧: ଦୀର୍ଘଦିନ ଧରି ଇସ୍ରାଏଲ-ହମାସ୍‌ ମଧ୍ୟରେ ଯୁଦ୍ଧ ଲାଗି ରହିଥିଲେ ହେଁ ଏହି ଯୁଦ୍ଧର ସମାପ୍ତ ହେବାର କୌଣସି ଲକ୍ଷଣ ପ୍ରକାଶ ପାଉନାହିଁ। ଏହି ସମୟରେ ସୋମବାର ସକାଳେ ଇସ୍ରାଏଲ ଉପରେ ପ୍ରାୟ ୨୦ ରକେଟ ମାଡ଼ କରିଛି। ତେବେ କୌଣସି ଆହତଙ୍କ ସମ୍ପର୍କରେ ସୂଚନା ନାହିଁ।

ହମାସ୍‌ କହିଛି, ଅଲ୍‌-କାସାମ ବ୍ରିଗେଡସ୍‌ ତେଲ୍‌ ଅଭିଭ ସହର ଏବଂ ଏହାର ଉପକଣ୍ଠରେ ‘ଏମ୍‌-୯୦’ ରକେଟ ସାହାଯ୍ୟରେ ବୋମାମାଡ଼ କରୁଛି। ଗାଜା ସୀମା ଅଞ୍ଚଳରେ କେନ୍ଦ୍ରୀୟ ଇସ୍ରାଏଲରେ ରକେଟ ଆଲାର୍ମ ଶୁଣାଗଲା। ତେବେ ଏହି ଆକ୍ରମଣ ସମ୍ପର୍କରେ ତେଲ୍‌ ଅଭିଭ୍‌ରେ ସାଇରନ ବାଜି ନ ଥିଲା।

ସୂଚନାଯୋଗ୍ୟ, ଅକ୍ଟୋବର ୭ରେ, ହମାସ୍‌ ଇସ୍ରାଏଲରେ ପ୍ରବେଶ କରି ଗୁଳି ଚଳାଇଥିଲା ଏବଂ ହମାସ୍‌ ଆତଙ୍କବାଦୀମାନେ ୨୦୦ରୁ ଅଧିକ ଲୋକଙ୍କୁ ବନ୍ଧକ ରଖିଥିଲେ। ଏହି ସମୟ ମଧ୍ୟରେ ପ୍ରାୟ ୧୨୦୦ ଇସ୍ରାଏଲୀୟଙ୍କୁ ହତ୍ୟା କରାଯାଇଥିଲା। ଏହାର ପ୍ରତିଶୋଧ ନେଇ ଇସ୍ରାଏଲ ୨୭ ଅକ୍ଟୋବରରେ ଗାଜା ଭିତରେ ଗ୍ରାଉଣ୍ଡ ଆକ୍ରମଣ କରିଥିଲା।

ଏହି ଯୁଦ୍ଧରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୨୧,୮୨୨ ପାଲେଷ୍ଟାଇନୀୟଙ୍କୁ ହତ୍ୟା କରାଯାଇଛି। ମୁଖ୍ୟତଃ ଶିଶୁ ଏବଂ ମହିଳାଙ୍କ ପ୍ରାଣହାନି ଘଟିଛି। ଏଥିସହ ୫୬,୪୫୧ରୁ ଅଧିକ ପାଲେଷ୍ଟାଇନୀୟ ଆହତ ହୋଇଛନ୍ତି।

Share