ସିରିଆ ଉପରେ କ୍ଷେପଣାସ୍ତ୍ର ମାଡ଼ କଲା ଇସ୍ରାଏଲ୍‌, ୫ ମୃତ..

ଦାମାସକସ୍‌/ଜେରୁଜେଲମ୍‌, ୧୫।୫ : ଇସ୍ରାଏଲ ସିରିଆ ଉପରେ ଏକାଧିକ କ୍ଷେପଣାସ୍ତ୍ର ମାଡ଼ କରିଛି। ଏଥିରେ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୭ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଏହି କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ସିରିଆର ମସଆଫ ସହରର ଚାଷଜମିରେ ନିଆଁ ଲାଗିଯାଇଛି। ସିରିଆର ନ୍ୟୁଜ ଏଜେନ୍ସି ସାନା ଅନୁଯାୟୀ ସିରିଆର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା କ୍ଷେପଣାସ୍ତ୍ରଗୁଡ଼ିକ ନିକ୍ଷେପ କରାଯାଇଛି।

ସିରିଆର ବିବାଦ ଉପରେ ନଜର ରଖୁଥିବା ବ୍ରିଟେନର ଏକ ସଂଗଠନ ସିରିଆର ଅବଜରଭେଟୋରୀ ଫର ହ୍ୟୁମାନ ରାଇଟ୍ସ କହିଛି ଯେ ଇସ୍ରାଏଲ ବିମାନଗୁଡ଼ିକ ପ୍ରାୟ ଆଠଟି କ୍ଷେପଣାସ୍ତ୍ର ମାଡ଼ କରିଛି।

ଏସବୁ ମସଆଫରେ ଇରାନ ମିଲିସିଆର ଅସ୍ତ୍ରଶସ୍ତ୍ର ଡିପୋରେ ମାଡ଼ ହୋଇଥିଲା। ଏସବୁ ଅଞ୍ଚଳରେ ବିସ୍ଫୋରଣ ଘଟି ନିଆଁ ଲାଗି ଯାଇଥିବା ସଂସ୍ଥା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Share