Advertisement

ଲୁଫଥାନ୍ସ, ଏୟାର ଇଣ୍ଡିଆ ପରେ ଏବେ ଫ୍ରାନ୍ସ ବି ରଦ୍ଦ କଲା ତେଲ ଆଭିବ ପାଇଁ ଉଡାଣ

ପ୍ୟାରିସ,୮।୧୦: ଇସ୍ରାଏଲ ଉପରେ ହମାସ ଆକ୍ରମଣ ପରେ ଏୟାର ଫ୍ରାନ୍ସ ତେଲ ଆଭିବକୁ ବିମାନ ଉଡ଼ାଣ ବାତିଲ କରିଛି। ଏହାପୂର୍ବରୁ ଏୟାର ଇଣ୍ଡିଆ ଏବଂ ଲୁଫଥାନ୍ସ ମଧ୍ୟ ଇସ୍ରାଏଲକୁ ବିମାନ ଉଡ଼ାଣ ବାତିଲ କରିବାକୁ ଘୋଷଣା କରିଥିଲେ।

ଏୟାର ଇଣ୍ଡିଆର ମୁଖପାତ୍ର ରବିବାର କହିଛନ୍ତି ଯେ ଏୟାର ଇଣ୍ଡିଆର ବିମାନ ୧୪ଅକ୍ଟୋବର ପର୍ଯ୍ୟନ୍ତ ସ୍ଥଗିତ ରହିବ। ସେ କହିଛନ୍ତି ଯେ ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନ କମ୍ପାନୀ ଏହି ନିଷ୍ପତ୍ତି ନେଇଛି। ଏୟାର ଇଣ୍ଡିଆ ପ୍ରତି ସପ୍ତାହରେ ନୂଆଦିଲ୍ଲୀରୁ ତେଲ ଅଭିବକୁ ୫ ଟି ବିମାନ ଚଳାଚଳ କରିଥାଏ।
ଜର୍ମାନ ବିମାନ କମ୍ପାନୀ ଲୁଫଥାନ୍ସ ଇସ୍ରାଏଲରେ ହୋଇଥିବା ଆକ୍ରମଣ ପରେ ଶନିବାର ଇସ୍ରାଏଲକୁ ବିମାନ ସେବା ବନ୍ଦ କରିବା ଆରମ୍ଭ କରିଥିଲା। ତେଲ ଆଭିବରେ ସାମ୍ପ୍ରତିକ ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଲୁଫଥାନ୍ସ ଫ୍ରାଙ୍କଫର୍ଟରୁ କେବଳ ଗୋଟିଏ ବିମାନ ଚଳାଚଳ କରିବ। ଏହା ବ୍ୟତୀତ କମ୍ପାନୀ ତେଲ ଆଭିବକୁ ଏବଂ ଏହାର ସମସ୍ତ ବିମାନକୁ ବାତିଲ କରିଦେଇଛି।
ପାଲେଷ୍ଟାଇନର ଉଗ୍ରବାଦୀ ସଂଗଠନ ହମାସ ଶନିବାର ଇସ୍ରାଏଲ ଉପରେ ଆକ୍ରମଣ କରି ଇସ୍ରାଏଲ ପାଇଁ ବ୍ୟାପକ କ୍ଷତି ଘଟାଇଥିଲା। ଏହି ଆକସ୍ମିକ ଆକ୍ରମଣରେ ଅତି କମରେ ୩୫୦ ଇସ୍ରାଏଲ ନାଗରିକଙ୍କର ମୃତ୍ୟୁ ହୋଇଥିବାବେଳେ ୫୦୦ରୁ ଅଧିକ ଲୋକ ଆହତ ହୋଇଥିବା ଦାବି କରାଯାଇଛି। ଅନ୍ୟପକ୍ଷରେ ଇସ୍ରାଏଲର ପ୍ରତିଶୋଧ ନେବାପରେ ପ୍ରାୟ ୨୪୦ଲୋକ ପ୍ରାଣ ହରାଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share