ଏପଟେ ଚାଲିଛି ଯୁଦ୍ଧ, ସେପଟେ ଆମେରିକାରେ ଆନନ୍ଦମୟ ଜୀବନ ବିତାଉଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ପୁଅ: ଚାରିଆଡୁ ସମାଲୋଚନା

ଓ୍ବାଶିଂଟନ୍‌,୨୫।୧୦:ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଉଭୟ ପକ୍ଷରୁ ଜୋରଦାର ଆକ୍ରମଣ କରାଯାଉଛି। କିନ୍ତୁ ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନାହୁଙ୍କ ପୁଅ ୟାୟର ଚର୍ଚ୍ଚାରେ ଅଛନ୍ତି। କାରଣ ଯୁଦ୍ଧ ସମୟରେ ଆମେରିକାରେ ନିଜ ଆସନ ଜମାଇଛନ୍ତି। ଏହାକୁ ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପୁଅଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି।
ସୂଚନାଯୋଗ୍ୟ,ଗୋଟିଏ ଇସ୍ରାଏଲର ୪ ଲକ୍ଷ ଯୁବକ ନିଜ ଜୀବନ ବାଜି ଲଗାଇ ହମାସ ସହ ଯୁଦ୍ଧ ଲଢୁଛନ୍ତି। ସେପଟେ ନେତ୍ୟାନାହୁ ପୁଅ ନିଜ ଜୀବନ ସୁରକ୍ଷିତ ପାଇଁ ଆମେରିକାରେ ଆରାମ କରୁଛନ୍ତି। ଗତ ମାସରେ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହଠାତ୍‌ ହମାସ ଆକ୍ରମଣ କରିଥିଲା। ଏଥିଲେ ୧,୪୦୦ ଲୋକ ମୃତ୍ୟୁବରଣ କରିଥିଲେ। ଏହାର ଜବାବରେ ଇସ୍ରାଏଲ ସେନା ମଧ୍ୟ ଗାଜାରେ ଆକ୍ରମଣ କରିଥିଲା। ଏଥିରେ ୫ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ।

Share