ଇସ୍ରାଏଲ ଉପରେ ଆକ୍ରମଣ: ନେତନ୍ୟାହୁ ଡାକିଲେ ଜରୁରୀ ବୈଠକ

ଜେରୁଜେଲମ,୭।୧୦: ମଧ୍ୟ ପୂର୍ବରେ ଇସ୍ରାଏଲ ଏବଂ ଖାଲିସ୍ତାନ ମଧ୍ୟରେ ପୁଣିଥରେ ସ୍ଥିତି ବିଗିଡିଯାଇଛି। ଶନିବାର ସକାଳେ ହମାସ ଆତଙ୍କବାଦୀମାନେ ଗାଜା ଷ୍ଟ୍ରିପ ଉପରେ ଆକ୍ରମଣ କରିଛନ୍ତି। ସର୍ବପ୍ରଥମେ ସେମାନେ ଇସ୍ରାଏଲ ଉପରେ ହଜାର ହଜାର ରକେଟ ମାଡ ଏବଂ ପରେ ସେମାନେ କ୍ରମାଗତ ଭାବରେ ସ୍ଥଳଭାଗରେ ଆକ୍ରମଣ କରି ଇସ୍ରାଏଲରେ ପ୍ରବେଶ କରିଛନ୍ତି।

କିଛି ଆତଙ୍କବାଦୀ ପେରାଗ୍ଲାଇଡର୍‌ ବ୍ୟବହାର କରି ସୀମାରେ ପ୍ରବେଶ କରିଛନ୍ତି। କିଛି ଆତଙ୍କବାଦୀ ରାସ୍ତାରେ ଇସ୍ରାଏଲରେ ପ୍ରବେଶ କରି ଯାହାକୁ ଦେଖୁଛନ୍ତି ସେମାନଙ୍କୁ ଗୁଳି କରୁଛନ୍ତି। ବଡ଼ ଧରଣର ଆକ୍ରମଣ ପରେ ଇସ୍ରାଏଲରେ ରେଡ ଆଲର୍ଟ ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ତୁରନ୍ତ ଏକ ଜରୁରୀ ବୈଠକ ଡାକି ଦେଶରେ ଯୁଦ୍ଧ ଘୋଷଣା କରିଛନ୍ତି।

Share