ଗାଜା,୧୮।୩: ଇସ୍ରାଏଲ ପୁଣିଥରେ ଗାଜାରେ ବିମାନ ଆକ୍ରମଣ ଆରମ୍ଭ କରିଛି, ଯେଉଁଥିରେ ଏପର୍ଯ୍ୟନ୍ତ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଅନୁଯାୟୀ, ଏହି ଆକ୍ରମଣରେ ହମାସର ଘାଟିଗୁଡ଼ିକୁ ଟାର୍ଗେଟ କରାଯାଇଥିଲା। ଜାନୁଆରୀ ୧୯ ତାରିଖରେ ହୋଇଥିବା ଅସ୍ତ୍ରବିରତି ପରେ ଏହି ଆକ୍ରମଣ ସବୁଠାରୁ ବଡ଼ ଆକ୍ରମଣ। ଇସ୍ରାଏଲୀ ସେନା ଦାବି କରିଛି ଯେ ସେମାନେ ଆକ୍ରମଣ ଯୋଜନା କରୁଥିବା ଆତଙ୍କବାଦୀମାନଙ୍କୁ ଟାର୍ଗେଟ କରିଥିଲେ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି , ଯୁଦ୍ଧବିରତି ଆଲୋଚନା ବିଫଳ ହୋଇଥିବାରୁ ଆକ୍ରମଣ ଜରୁରୀ ଥିଲା। ନେତାନ୍ୟାହୁ ଅନେକ ଥର ଚେତାବନୀ ଦେଇସାରିଛନ୍ତି ଯେ ଯଦି ଆଲୋଚନା ଆଗକୁ ନ ବଢ଼େ, ତେବେ ଇସ୍ରାଏଲ ପୁଣି ଥରେ ଯୁଦ୍ଧ ଆରମ୍ଭ କରିପାରେ।