ଗାଜାରେ ୩୭ ଦିନ ପରେ ଭଗ୍ନାବଶେଷ ତଳୁ ଜୀବନ୍ତ ଉଦ୍ଧାର ହେଲା ଶିଶୁ, ଭାଇରାଲ ହେଉଛି ଭିଡିଓ

ଜେରୁଜେଲମ,୨୯।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଅସ୍ତ୍ରବିରତି ମଧ୍ୟରେ ଗାଜାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ପ୍ରକାଶ ପାଇଛି। ଭୟଙ୍କର ବୋମା ବିସ୍ଫୋରଣର ୩୭ ଦିନ ପରେ ଏଠାରେ ଏକ ଶିଶୁକୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ଶିଶୁର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ରିପୋର୍ଟ ଅନୁଯାୟୀ, ଭଗ୍ନାବଶେଷ ତଳେ ଜୀବନ୍ତ ଥିବା ନିରୀହ ଶିଶୁ ଇସ୍ରାଏଲ-ହମାସ ଯୁଦ୍ଧ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଜନ୍ମ ହୋଇଥିଲା। ବିବାଦ ଆରମ୍ଭ ହେବା ମାତ୍ରେ ଇସ୍ରାଏଲ ଗାଜା ଷ୍ଟ୍ରିପ ଉପରେ ବୋମା ପକାଇବା ଆରମ୍ଭ କଲା। ଯେଉଁଥିରେ ଅନେକ ଘର ନଷ୍ଟ ହୋଇଯାଇଥିଲା, ସବୁ ସ୍ଥାନରେ ମୃତଦେହ ଗଦା ହୋଇ ରହିଥିଲା। ଡାକ୍ତରଖାନାରେ ମୃତଦେହ ରଖିବା ପାଇଁ ଜାଗା ନ ଥିଲା। ଅଧିକାଂଶ ସହର ଧ୍ୱଂସାବଶେଷରେ ପରିଣତ ହୋଇଥିଲା।

ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ବିସ୍ଫୋରଣରେ ଏହି ନିରୀହ ଶିଶୁର ଘର ନଷ୍ଟ ହୋଇଯାଇଥିଲା କିନ୍ତୁ ଏହି ଶିଶୁର ନିଶ୍ୱାସ ବନ୍ଦ ହୋଇ ନ ଥିଲା। ଭଗ୍ନାବଶେଷ ତଳେ ପୋତି ହୋଇଯାଇଥିବା ସତ୍ତ୍ୱେ ଶିଶୁଟି ୩୭ ଦିନ ବଞ୍ଚି ରହିଥିଲା। ପ୍ରାୟ ତିନି ଘଣ୍ଟା ପରିଶ୍ରମ ପରେ ପିଲାଟିକୁ ବାହାରକୁ ଅଣାଯାଇଥିଲା।

Share