ଇସ୍ରାଏଲରେ ହମାସ ଆକ୍ରମଣରେ ଜଣେ ଭାରତୀୟ ମହିଳା ଆହତ, ୧୦ ନେପାଳି ନାଗରିକଙ୍କର ମୃତ୍ୟୁ

ତେଲ ଆଭିବ,୯।୧୦: ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀ ଆକ୍ରମଣରେ ଆହତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଭାରତୀୟ ମହିଳା ମଧ୍ୟ ଅଛନ୍ତି। ଏହି ମହିଳା ଭାରତର କେରଳର ବାସିନ୍ଦା ଏବଂ ଗତ କିଛି ବର୍ଷ ଧରି ଇସ୍ରାଏଲରେ ରହୁଥିଲେ ଏବଂ କାର୍ଯ୍ୟ କରୁଥିଲେ। ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏଥି ସହିତ ହମାସ ଆକ୍ରମଣରେ ୧୦ ନେପାଳି ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଛି। ନେପାଳର ଦୂତାବାସ ଏହା ନିଶ୍ଚିତ କରିଛନ୍ତି।
ହମାସ ଆକ୍ରମଣରେ ଆହତ ହୋଇଥିବା ମହିଳା ଶିଜା ଆନନ୍ଦ (୪୧ ବର୍ଷ) ବୋଲି ଜଣାପଡିଛି। କୁହାଯାଉଛି ଯେ ରକେଟ ଆକ୍ରମଣରେ ଭାରତୀୟ ମହିଳା ଆହତ ହୋଇଛନ୍ତି ଏବଂ ଇସ୍ରାଏଲର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଇସ୍ରାଏଲ ଉପରେ ହମାସ ଆକ୍ରମଣ ପରେ ଆନନ୍ଦ କେରଳରେ ରହୁଥିବା ତାଙ୍କ ପରିବାର ସହ କଥା ହୋଇଥିଲେ ଏବଂ ସେ ନିରାପଦରେ ଥିବା ସୂଚନା ଦେଇଥିଲେ, କିନ୍ତୁ ବାର୍ତ୍ତାଳାପ ସମୟରେ ତାଙ୍କ ଫୋନ ବିଚ୍ଛିନ୍ନ ହୋଇଯାଇଥିଲା। ପରେ ଇସ୍ରାଏଲରେ ରହୁଥିବା କେରଳର ଜଣେ ବାସିନ୍ଦା ଶେଜାଙ୍କ ପରିବାରକୁ କହିଥିଲେ ଯେ ଏହି ଆକ୍ରମଣରେ ଶେଜା ଆହତ ହୋଇଥିଲେ ଏବଂ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ମହିଳା ଜଣକ ପୂର୍ବରୁ ଗୋଟିଏ ଅସ୍ତ୍ରୋପଚାର କରିସାରିଛନ୍ତି ଏବଂ ଦ୍ୱିତୀୟ ଅସ୍ତ୍ରୋପଚାର ଶୀଘ୍ର ହେବ। ଶିଜା ଆନନ୍ଦ ଗତ ଆଠ ବର୍ଷ ଧରି ଇସ୍ରାଏଲରେ ରହି ଏକ ପରିବାରର ଯତ୍ନ ନେଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ୋଶୀ ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍‌: ୪୬ ମୃତ, ଜବାବ ଦିଆଯିବ ବୋଲି କହିଲା…

କାବୁଲ, ୨୫।୧୨: ପାକିସ୍ତାନ ଏହାର ପଡ଼ୋଶୀ ଦେଶ ଆଫଗାନିସ୍ତାନ ଉପରେ କରିଛି ଏୟାର ଷ୍ଟ୍ରାଇକ୍‌। ଦେଶର ପୂର୍ବ ପକ୍ତିକା ରାଜ୍ୟର ବରମଲ ଜିଲାରେ ମଙ୍ଗଳବାର ରାତିରେ...

କାଜାକିସ୍ତାନ ବିମାନ ଦୁର୍ଘଟଣାର ଭୟଙ୍କର ଭିଡିଓ ଆସିଲା ସାମ୍ନାକୁ

ଅସ୍ତାନା,୨୫।୧୨: ଆଜେରବାଇଜାନ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ ବୁଧବାର କାଜାକିସ୍ତାନରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା କାଜାକିସ୍ତାନର ଅକଟାଉ ସହର ନିକଟରେ ଘଟିଛି। ବିମାନଟି ଆଜେରବାଇଜାନରୁ...

ରୁଷିଆ ଯାଉଥିବା ବିମାନ କ୍ରାସ୍‌, ୬୬ ମୃତ

ଅସ୍ତାନା,୨୫।୧୨: ଆଜେରବାଇଜାନ ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ବିମାନଟି ବାକୁ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା ଯେଉଁଥିରେ ୭୨ରୁ ଅଧିକ...

ଜେଲରୁ ବାହାରିବେ ଇମ୍ରାନ ଖାନ!

ଇସଲାମାବାଦ,୨୫।୧୨: ରାଜନୈତିକ ବିବାଦର ସମାଧାନ ପାଇଁ ପାକିସ୍ତାନ ସରକାର ବର୍ତ୍ତମାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ବିରୋଧୀ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ର ମୁଖ୍ୟଙ୍କ...

ଗାଜାରେ ପ୍ରତି ଘଣ୍ଟାରେ ଜଣେ ଶିଶୁଙ୍କର ହେଉଛି ମୃତ୍ୟୁ: ଜାତିସଂଘ ଏଜେନ୍ସି

ଗାଜା,୨୫।୧୨: ମିଳିତ ଜାତିସଂଘର ରିଲିଫ ଆଣ୍ଡ ୱାର୍କସ ଏଜେନ୍ସି ଫର ପାଲେଷ୍ଟାଇନ ଶରଣାର୍ଥୀ (UNRWA) ଅନୁଯାୟୀ, ଗାଜା ଘାଟିରେ ପ୍ରତି ଘଣ୍ଟାରେ ଜଣେ ଶିଶୁଙ୍କୁ ହତ୍ୟା...

WHOରୁ ଓହରିଯିବ ଆମେରିକା! ଜାଣନ୍ତୁ ଟ୍ରମ୍ପଙ୍କ ଏଭଳି ନିଷ୍ପତ୍ତି ପରେ ପଡ଼ିବ କି ପ୍ରଭାବ?

ଓ୍ବାଶିଂଟନ,୨୪।୧୨: ବିବାଦ ସହ ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କ ବେଶ ପୁରୁଣା। ଏବେ ତାଙ୍କର ଆଗାମୀ ପଦକ୍ଷେପକୁ ନେଇ ଆମେରିକୀୟ ଗଣମାଧ୍ୟମରେ ଆଲୋଚନା ସରଗରମ ରହିଛ। ଯଦି...

କେମିତି ହୋଇଥିଲା ସାଣ୍ଟା କ୍ଲଜଙ୍କର ମୃତ୍ୟୁ? ଏହିଠି ପୋତାଯାଇଛି ସମାଧୀ, ଜାଣନ୍ତୁ ତାଙ୍କ ମୃତ୍ୟୁ ରହସ୍ୟ

ନୂଆଦିଲ୍ଲୀ,୨୪।୧୨: ଡିସେମ୍ବର ୨୫ ଅର୍ଥାତ୍‌ ଆସନ୍ତାକାଲି ସାରା ଭାରତରେ ଧୁମଧାମରେ ଖ୍ରୀଷ୍ଟମାସ ପାଳନ କରାଯିବ। କେବଳ ଖ୍ରୀଷ୍ଟିଆନ ଧର୍ମର ଲୋକ ନୁହଁନ୍ତି, ବିଶ୍ୱର ଅନ୍ୟ ଧର୍ମର...

ହିନ୍ଦୁ ପ୍ରସଙ୍ଗରେ ପୁଣି ବାଂଲାଦେଶକୁ ଆମେରିକାର ଚେତାବନୀ, ୟୁନୁସଙ୍କୁ ଆସିଲା ଫୋନ୍

ନୂଆଦିଲ୍ଲୀ, ୨୪ା୧୨: ବାଂଲାଦେଶରେ ଶେଖ ହସିନା ଯିବା ପରେ ହିନ୍ଦୁ ମାନଙ୍କ ଉପରେ ବଢୁଥିବା ଆକ୍ରମଣକୁ ନେଇ ଭାରତ ସମେତ ଆମେରିକା ମଧ୍ୟ ଲଗାତାର ଚିନ୍ତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri