ଇସ୍ରାଏଲ-ହାମାସ ବିବାଦରେ ୩,୯୦୦ ନିହତ, ଗାଜାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ଧମକ…

ଜେରୁଜେଲମ, ୧୬।୧୦: ହମାସ ଇସ୍ରାଏଲ ଉପରେ ଆକ୍ରମଣ ଆରମ୍ଭ କରିବାର ୧୦ ଦିନ ବିତିଲାଣି । ଆକ୍ରମଣ ଯୋଗୁ ଏପର୍ଯ୍ୟନ୍ତ ୧,୪୦୦ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷରେ, ଗାଜା ଷ୍ଟ୍ରିପରେ ଇସ୍ରାଏଲ ପକ୍ଷରୁ ହୋଇଥିବା ଏୟାର ଷ୍ଟ୍ରାଇକରେ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ୨,୫୦୦ରେ ପହଞ୍ଚିଛି। ଇସ୍ରାଏଲ ସେନା ଶୀଘ୍ର ସମୁଦ୍ର ଏବଂ ସ୍ଥଳ ମାର୍ଗ ଦେଇ ଗାଜା ଉପରେ ଆକ୍ରମଣ କରିପାରେ।

ଏହି ପରିସ୍ଥିତି ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲକୁ ଚେତାବନୀ ଦେଇଛନ୍ତି। ଗାଜାରେ କୌଣସି ଦଖଲ କାର୍ଯ୍ୟ ଏକ ଭୁଲ ପଦକ୍ଷେପ ବୋଲି ସେ କହିଛନ୍ତି। ଗାଜାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ଧମକ ଦିଆଯାଉଛି। ଫଳରେ ସେମାନେ ଆତଙ୍କିତ ଅବସ୍ଥାରେ ରହିଥିବା କୁହାଯାଉଛି।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ଗସ୍ତ କରିବାକୁ ଚିନ୍ତା କରୁଛନ୍ତି। ତେବେ ଇସ୍ରାଏଲ ଗସ୍ତକୁ ନେଇ ଆଭ୍ୟନ୍ତରୀଣ ସୂତ୍ରରୁ ଏପର୍ଯ୍ୟନ୍ତ କୌଣସି ଆଲୋଚନା ହୋଇନାହିଁ। ଏକ ସାକ୍ଷାତକାରରେ ରାଷ୍ଟ୍ରପତି ବାଇଡେନ ଇସ୍ରାଏଲକୁ ଗାଜା ଦଖଲ କରିବାକୁ ଦୀର୍ଘ ଦିନର ଉଦ୍ୟମ ବନ୍ଦ କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଇସ୍ରାଏଲ ଗାଜା ଷ୍ଟ୍ରିପକୁ ଅଧିକ ସମୟ ନିଜ ନିୟନ୍ତ୍ରଣରେ ରଖିବା ଉଚିିତ ନୁହେଁ। ଆମେରିକାର ରାଷ୍ଟ୍ରପତିଙ୍କ ଅନୁଯାୟୀ ଇସ୍ରାଏଲ ଯୁଦ୍ଧ ନିୟମ ଅନୁଯାୟୀ କାର୍ଯ୍ୟ କରି ଔଷଧ, ଜଳ ଏବଂ ଖାଦ୍ୟ ନିରୀହ ସାଧାରଣ ନାଗରିକଙ୍କୁ ଯୋଗାଇଦେବା ଆବଶ୍ୟକ।

 

Share