ଜୀବନ ବଞ୍ଚାଇବାକୁ ଦୌଡୁଥିଲୁ…, ମ୍ୟୁଜିକ ଫେଷ୍ଟରେ ହମାସର ଆକ୍ରମଣକୁ ନେଇ ଅନୁଭୂତି କହିଲେ ଲୋକେ

ଜେରୁଜେଲମ,୧୦।୧୦: ଇସ୍ରାଏଲର ବିଭିନ୍ନ ଅଞ୍ଚଳରେ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ଦ୍ୱାରା ଶନିବାର କରାଯାଇଥିବା ଏୟାର ଷ୍ଟ୍ରାଇକରେ୭୦୦ ରୁ ଅଧିକ ଇସ୍ରାଏଲ ନାଗରିକ ପ୍ରାଣ ହରାଇଛନ୍ତି। ଏଥି ସହିତ, ହମାସ ମଧ୍ୟ କେତେଜଣ ମହିଳାଙ୍କ ସମେତ ଅନେକ ଲୋକଙ୍କୁ ବନ୍ଧକ ରଖିଛି। ଏହି ଆକ୍ରମଣ ସମୟରେ ନିଆଯାଇଥିବା ଦଶହଜାର ଭିଡିଓକୁ ଗଣମାଧ୍ୟମ ସମୀକ୍ଷା କରିଥିଲା ଏବଂ ବଞ୍ଚିଥିବା ଲୋକଙ୍କୁ ମଧ୍ୟ ସାକ୍ଷାତ କରିଥିଲା।
ସାକ୍ଷାତକାରରେ ସ୍ଥାନୀୟ ନାଗରିକ ମାୟା ଆଲପର୍‌ ଏହି ଭୟଙ୍କର ଦୃଶ୍ୟର ଅନୁଭୂତି ବାଣ୍ଟିଥିଲେ। ସେ କହିଥିଲେ ଯେ ସେ ପରିବେଶ ସଚେତନ ସ୍ବେଚ୍ଛାସେବୀ ଦଳ ସହିତ ଅଳିଆ ସଂଗ୍ରହ କରୁଛନ୍ତି। ଏକ ଖୋଲା ପାର୍କରେ ଆୟୋଜିତ ଏକ ମ୍ୟୁଜିକ ଫେଷ୍ଟରେ ହଜାର ହଜାର ଲୋକ ନାଚୁଥିଲେ ଏବଂ ଗୀତ ଗାଉଥିଲେ। ସକାଳ ପ୍ରାୟ ୬ଟାରେ ଏୟାର ସାଇରନର ଶବ୍ଦ ଆସିବାକୁ ଲାଗିଲା, ଯାହା ଶୁଣି ୨୫ ବର୍ଷ ବୟସ୍କା ଆଲପର୍‌ ଦୌଡ଼ିଯାଇ ତାଙ୍କ କାରରେ ଚଢିଗଲେ।

Share